ଅଟକିଲା ତାରିଣୀ ମନ୍ଦିର ଉଚ୍ଛେଦ କାର୍ଯ୍ୟ: ସ୍ଥାନୀୟ ବାସୀନ୍ଦାଙ୍କ ଧାରଣା ଯୋଗୁଁ ଫେରିଗଲା ବୁଲ୍‌ଡୋଜର

ଭୁବନେଶ୍ବର: ସ୍ଥାନୀୟ ବାସିନ୍ଦାଙ୍କ ଜୋରଦାର ବିରୋଧ ଓ ଧାରଣା କାରଣରୁ ଗୁରୁବାର ଲିଙ୍ଗରାଜ ମନ୍ଦିର ପରିସର ଉଚ୍ଛେଦ କାର୍ଯ୍ୟ ପାଇଁ ଯାଇଥିବା ବୁଲ୍‌ଡୋଜର ଫେରିଆସିଛି। ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ମନ୍ଦିର ପରିସରରୁ ଜବରଦଖଲ ହଟାଇବାକୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ତାରିଣୀ ମନ୍ଦିର ଭାଙ୍ଗିବାକୁ ବୁଲଡୋଜର ଯିବା ମାତ୍ରେ ଏହାକୁ ଜୋରଦାର ବିରୋଧ କରିବା ସହ ସ୍ଥାନୀୟ ବାସିନ୍ଦା ଧାରଣାରେ ବସିଥିଲେ। ପ୍ରଶାସନିକ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମାତ୍ର ସ୍ଥାନୀୟ ବାସିନ୍ଦାଙ୍କ ଜୋରଦାର ବିରୋଧକୁ ଦେଖି ବୁଲଡୋଜର ଫେରି ଯାଇଛି। ଧାରଣା ପ୍ରତ୍ୟାହର କରିବା ପାଇଁ ପ୍ରଶାସନ ସେମାନଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଛି।
ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ପଛପଟେ ଥିବା ମେଡିକାଲ ଅଞ୍ଚଳରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବିଏମ୍ସି ଓ ବିଡିଏର ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

Comments are closed.