ଜଳଖିଆ ନମିଳିବାରୁ ଲିଙ୍ଗରାଜ ସେବାୟତଙ୍କ ପ୍ରତିବାଦ : ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ଧାରଣା

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିରରେ ରଥ କାମ କରୁଥିବା ମହାରଣା ସେବାୟତଙ୍କୁ ଓଭର ଟାଇମ କାମ ପାଇଁ ଜଳଖିଆ ନମିଳିବାରୁ ଏହାର ପ୍ରତିବାଦରେ ସମସ୍ତ ମହାରଣା ଓ ବେହେରା ସେବାୟତ କାର୍ଯ୍ୟ ବନ୍ଦ କରି ସୋମବାର ସକାଳେ ଧାରଣା ଦେଇଥିଲେ। ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସେବାୟତମାନଙ୍କୁ ବୁଝାସୁଝା କରିଥିଲେ। ପରେ ସେବାୟତମାନେ ଧାରଣାରୁ ଉଠି କାର୍ଯ୍ୟ ଆରମ୍ଭ କରିଥିବା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।