ଏ ବର୍ଷ ଗଡ଼ିବନି ରୁକୁଣା ରଥ

ନିଲାମ ହେବ ନାହିଁ ମରୀଚି କୁଣ୍ଡ ପାଣି

ଭୁବନେଶ୍ବର (ବ୍ୟୁରୋ): ଅଶୋକାଷ୍ଟମୀରେ ରୁକୁଣା ରଥରେ ବିଜେ ହୋଇଥାଆନ୍ତି ପ୍ରଭୁ ଲିଙ୍ଗରାଜ । ମାତ୍ର ଏପ୍ରିଲ ୧ ତାରିଖରେ ହେବାକୁଥିବା ଅଶୋକାଷ୍ଟମୀ ଯାତ୍ରାକୁ ସ୍ଥଗିତ ରଖିଛି ମନ୍ଦିର ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି ପରମ୍ପରା ଅନୁଯାୟୀ ଅଶୋକାଷ୍ଟମୀ ପୂର୍ବଦିନ ରାତିରେ ହେଉଥିବା ମରୀଚି କୁଣ୍ଡ ପାଣି ନିଲାମ କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ ରଖାଯାଇଛି । ବିଶ୍ବାସ ଅଛି ନିଃସନ୍ତାନ ମହିଳାମାନେ ସନ୍ତାନ ପ୍ରାପ୍ତି ପାଇଁ ଏହି ପାଣିରେ ସ୍ନାନ କରିଥାଆନ୍ତି।

Comments are closed.