ରୁକୁଣା ରଥଯାତ୍ରା : ପ୍ରସ୍ତୁତି ଅନୁଧ୍ୟାନ କଲେ ପୁଲିସ ଉପାୟୁକ୍ତ

ରଥରେ ଅଶ୍ଳୀଳ ଗୀତ ଗାଇବା ବନ୍ଦ ହେଉ

ଭୁବନେଶ୍ବର : ରୁକୁଣା ରଥଯାତ୍ରାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ କିଭଳି ପ୍ରସ୍ତୁତି କରାଯାଇଛି ତାହାକୁ ପୁଲିସ ଉପାୟୁକ୍ତ ଡ. ଉମାଶଙ୍କର ଦାଶ ଅନୁଧ୍ୟାନ କରିଛନ୍ତି। ଅପରାହ୍ଣରେ ଉପାୟୁକ୍ତ ଶ୍ରୀ ଦାଶ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ରଥଖଳାରୁ ରଥଦାଣ୍ଡର ମାଉସୀମା ଛକ ପର୍ଯ୍ୟନ୍ତ ତଦାରଖ କରିଥିଲେ। ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ପକ୍ଷରୁ ରଥଦାଣ୍ଡରେ ପାଦଚଲା ପଇଁତରା ମରାଯାଇଥିଲା। ଚଳିତ ବର୍ଷ ରଥଯାତ୍ରାରେ ଅଶ୍ଳୀଳ ଗୀତ ଗାଇବା ବନ୍ଦ ଉପରେ ଉପାୟୁକ୍ତ ଶ୍ରୀ ଦାଶ ଗୁରୁତ୍ବ ଦେଇଥିଲେ। ଶ୍ରଦ୍ଧାଳୁଙ୍କୁ ଭଲ ଗୀତ ଗାଇ ଉତ୍ସାହିତ କରିବାକୁ ଉପାୟୁକ୍ତ ବରିଷ୍ଠ ସାରଥି ସେବାୟତ ନୃସିଂହ ଖୁଣ୍ଟିଆଙ୍କ ସହ ଆଲୋଚନା କରିଥିଲେ। ରଥଯାତ୍ରାରେ ସାରଥି ଗୀତ ଗାଇ ଭକ୍ତଙ୍କୁ ଉତ୍ସାହିତ କରିବା ପରମ୍ପରା ରହିଛି। ସେହି ପରମ୍ପରାକୁ ଆଧାର କରି ସାରଥି ଶାଳିନତାପୂର୍ଣ୍ଣ ଗୀତ ଗାଇ ଭକ୍ତଙ୍କୁ ଉତ୍ସାହିତ କରିବାକୁ ସେ କହିଥିଲେ। ଏନେଇ ପୁଲିସ ପ୍ରଶାସନ ତରଫରୁ ରଥ କାଳେସିଙ୍କୁ ଅନୁରୋଧ କରାଯାଇଥିଲା। ଏହି ଆଲୋଚନାରେ ଉପାୟୁକ୍ତଙ୍କ ସହ ଆଞ୍ଚଳିକ ସହକାରୀ ଆୟୁକ୍ତ ଅନିରୁଦ୍ଧ ରାଉତ, ଶ୍ରୀଲିଙ୍ଗରାଜ ଥାନା ନିରୀକ୍ଷକ, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସାମିଲ ହୋଇଥିଲେ।

ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ନୀତିକାନ୍ତି

Comments are closed.