ଲିଙ୍ଗରାଜ ପାସେଞ୍ଜର ହଲଟକୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ଦାବି

ଲିଙ୍ଗରାଜ ପାସେଞ୍ଜର ହଲଟ୍ ଠାରେ ସପ୍ତଦଶ ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ବର : ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ତଥା ଅନ୍ୟ କ୍ଲବ ଓ କୋର କମିଟିର ମୁଖ୍ୟ ନୀଳମଣି ମିଶ୍ରଙ୍କ ଆହ୍ବାନ କ୍ରମେ ରବିବାର ଲିଙ୍ଗରାଜ ପାସେଞ୍ଜର ହଲଟ୍ ନିକଟରେ ସପ୍ତଦଶ ଥର ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଲିଙ୍ଗରାଜ ପାସେଞ୍ଜର ହଲଟକୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ଦେବା ତଥା ତିରୁପତି ବା ଧଉଳି ନାମକରଣ ପରି ଲିଙ୍ଗରାଜଙ୍କ ନାମରେ ଟ୍ରେନ ଚାଲୁ କରିବା ଆଦି  ଧାରଣାର ମୁଖ୍ୟ ପ୍ରସଙ୍ଗ ରହିଥିଲା।

ଆଜିର ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଅଜିତ କୁମାର ମହାନ୍ତି, ଦାମୋଦର ସାମନ୍ତରାୟ, ଗିରିଜା ଶଙ୍କର ମହାପାତ୍ର, ଅଶୋକ କୁମାର ମହାରଣା, ହାଜି ସେଖ ନିଆମତ ତୁଲ୍ଲା, ସତ୍ୟନାରାୟଣ ସାମନ୍ତସିଂହାର, ରମେଶ ପ୍ରଧାନ, ଟି. ରାମାରାଓ, ଘନଶ୍ୟାମ ମଲ୍ଲିକ, ମହାବୀର ପ୍ରସାଦ ମିଶ୍ର, ରଙ୍କନିଧି ପଟ୍ଟନାୟକ, ଡ଼ଃ ସୁଦର୍ଶନ ବଳିଆରସିଂହ ପ୍ରମୁଖ ଯୋଗଦେଇଥିଲେ।

Comments are closed.