ଅଲିଭ ରିଡଲେ ପାଇଁ ଲିମକା ବୁକରେ ଦୁଇ ଛାତ୍ର

0

ସୁଆଣ୍ଡୋ : ପୁରୀ ଜିଲାର ଦୁଇ କଲେଜ ଛାତ୍ର ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବାର୍ତ୍ତା ପ୍ରଚାର କରି ଲିମକା ବୁକ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଅସ୍ତରଙ୍ଗର ସୌମ୍ୟରଞ୍ଜନ ବରାଳ ଓ ସତ୍ୟବାଦୀ ବ୍ଲକ ସ୍ଥିତ ବଁପାଳ ଗ୍ରାମର ଦିଲ୍ଲୀପ କୁମାର ବରାଳ ଦୁଇଜଣ କଲେଜ ଛାତ୍ର ମାର୍ଚ୍ଚ ୭ତାରିଖ କୋଣାର୍କଠାରୁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ଜିଲା ବନ୍ୟପ୍ରାଣୀ ଅଧିକାରୀ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ।

ପୁରୀ, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ଜଗତସିଂପୁର, କଟକ ଦେଇ ୫୦୦ କି.ମି ସାଇକେଲ ଯାତ୍ରା କରି କେନ୍ଦ୍ରାପଡାରେ ମାର୍ଚ୍ଚ ୧୪ତାରିଖରେ ଯାତ୍ରା ଶେଷ କରିଥିଲେ। ସେଠାରେ ଏପିଡବ୍ଲ୍ୟୁଏ ର କର୍ମକର୍ତ୍ତାମାନେ ଏ ଦୁଇ ଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଲକ୍ଷ୍ୟ ନେଇ ଏହି ସାଇକେଲ ଯାତ୍ରାରେ ବାହାରି ଥିଲେ ଦୁଇ ଛାତ୍ର। ଭୁବନେଶ୍ବରରେ ପୁଲିସ ଡିଜିପି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଛାତ୍ରଙ୍କୁ ସ୍ବାଗତ କରିଥିଲେ।

Leave A Reply