ଅଗଣାରେ ଛିଡା ହୋଇଥିବା ବେଳେ ମାରିଲା ବିଜୁଳି – ମହିଳା ଗୁରୁତର

ଗଛ ପଡି ଜଣେ ମୃତ

ଦେବଗଡ଼: ଶନିବାର ସଂଧ୍ୟାରେ କାଳ ବୈଶାଖି ପ୍ରଭାବରେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗିବା ସହ ବହୁ ଘରଦ୍ୱାର ମଧ୍ୟ ମହୁଲତା ଗ୍ରାମର କ୍ଷତିଗ୍ରସ୍ତ ହୋଇଛି । ସେହିପରି ଗଛପଡି ବାରକୋଟ ବ୍ଲକ କାଦୋପଡା ଗ୍ରାମ ପଂଚାୟତ ସଦର ମହକୁମାର ଲକ୍ଷ୍ମଣ ଶବର(୫୮)ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବଜ୍ରାଘାତରେ ମହୁଲତା ଗ୍ରାମର ରୀନା ଦେହୁରୀ ନାମ୍ନୀ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାତୟୀ ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ କାଦୋପଡା ଗ୍ରାମର ଲକ୍ଷ୍ମଣ ଶବର ନିଜ ଘରକୁ ଫେରୁଥିବା ବେଳେ କାଳ ବୈଶାଖି ପ୍ରଭାବରେ ଝଡ ବର୍ଷା ଯୋଗୁଁ ଗାଁରେ ଥିବା ଏକ ଗଛ ଭାଙ୍ଗି ଲକ୍ଷ୍ମଣଙ୍କ ଉପରେ ପଡିଥିଲା । ଏହା ଦେଖି ଗ୍ରାମବାସୀ ମାନେ ଗଛ ହଟାଇ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଘଟଣା ସ୍ଥଳରେ ହିଁ ତଙ୍କର ମୃତ୍ୟୁ ଘଟିସାରିଥିଲା ।

ବାରକୋଟ ଥାନା ପୁଲିସ ଘଟନା ସ୍ଥଳରେ ପହଂଚି ମୃତଦେହ ଜବତ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଆସନ୍ତା କାଲି ଲକ୍ଷ୍ମଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ବାରକୋଟ ଥାନା ସରୁଅଳୀ ଗ୍ରାମ ପଂଚାୟତ ମହୁଲତା ଗ୍ରାମର ଶୁକଦେବ ଦେହୁରୀଙ୍କ ସ୍ତ୍ରୀ ରୀନା ଦେହୁରୀ(୨୬)ଘର ଅଗଣାରେ ଠିଆ ହୋଇଥିବା ବେଳେ ହଠାତ ପଜ୍ରପାତ ଘଟିଥିଲା । ଏହାର ପ୍ରଭାବରେ ରୀନା ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ବେଳେ ସେଠାରେ ସେ ଚିକିତ୍ସାଧିନ ଥିବା ଜଣାପଡିଛି ।

Comments are closed.