ବଜ୍ରପାତରେ ଦୁଇ ମୃତ

ଅନୁଗୁଳ : ଅନୁଗୁଳ ଜିଲାର ରନ୍ତଳେଇର ଯାଯାବର ବସ୍ତିରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକମାନେ ହେଲେ ଭଇନା ବାଲନାଥ (୪୫) ଓ ନନ୍ଦୁ (୧୩) । ଉଭୟ ସମ୍ପର୍କରେ ମା’ ଓ ପୁଅ ବୋଲି ଜଣାପଡିଛି । ଗୁରୁବାର ରାତିରେ ମା’ ଓ ପୁଅ ତମ୍ବୁ ଘରେ ଶୋଇଥିବା ବେଳେ ବଜ୍ରପାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଶୁକ୍ରବାର ସକାଳେ ସେମାନଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ଏମାନେ ଅନୁଗୁଳର ସ୍ଥାୟୀ ବାସନ୍ଦା ନୁହଁନ୍ତି । ମହାରଷ୍ଟ୍ରରେ ସେମାନଙ୍କ ଘର ବୋଲି ଜଣାପଡିଛି ।

Comments are closed.