ଦୋକାନରେ ଚା’ ପିଉଥିବା ବେଳେ ପଡ଼ିଲା ଚଡ଼କ; ଚାଲିଗଲା ୨ ଜୀବନ

ବ୍ରହ୍ମପୁର: ମଣିଷ ଜୀବନ ପାଣି ଫୋଟକା ପରି ବୋଲି ଆମ ପୂର୍ବପୁରୁଷ ଲୋକମାନେ କହି ଆସିଛନ୍ତି । କେତେବେଳେ କାହା ଜୀବନରେ କ’ଣ ଘଟିବ ତାହା କେହି କହି ପାରିବେ ନାହିଁ । ସେମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲାରେ । ଦୋକାନରେ ବସି ଚା’ ପିଉଥିବା ଦୁଇ ଜଣ ଯୁବକଙ୍କ ଉପରେ ଚଡ଼କ ପଡ଼ିବା ଯୋଗୁଁ ସେମାନେ ମୃତ୍ୟୁବରଣ କରିଛନ୍ତି । ସେହିପରି ସେଠାରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଆଜି ଅପରାହ୍ନରେ ଗଞ୍ଜାମ ଜିଲା ଗାଁ ମୁଣ୍ଡରେ ଥିବା ଏକ ଚା ଦୋକାନରେ ବଳରାମ ଗୌଡ଼, ନୀଳାଞ୍ଚଳ ଆଲଟିଆ  ଓ ସନ୍ତୋଷ ଗୌଡ଼ ନାମକ ୩ ଜଣ ଯୁବକ ବସି ଚା’ ପିଉଥିଲେ । ଅକସ୍ମାତ ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ବଳରାମ, ନୀଳାଞ୍ଚଳ ଓ ସନ୍ତୋଷ ସଂଜ୍ଞାହୀନ ହୋଇ ସେଇଠି ପଡ଼ି ଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକମାନେ ସେମାନଙ୍କୁ ବୁଗୁଡ଼ା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ମାତ୍ର ଡ଼ାକ୍ତରଖାନାରେ ପହଞ୍ଚିବା ବେଳକୁ ନୀଳାଞ୍ଚଳ ଓ ସନ୍ତୋଷ ମୃତ୍ୟୁ ବରଣ କରି ସାରିଥିଲେ । ଗୁରୁତର ବଳରାମ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ନୀଳାଞ୍ଚଳଙ୍କୁ ମାତ୍ର ୨୬ ବର୍ଷ ହୋଇଥିବାବେଳେ ସନ୍ତୋଷଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡ଼ିଛି

Comments are closed.