ବିହାର: ବଜ୍ରପାତରେ ୧୨ ମୃତ

ପାଟନା: ରବିବାର ଅପରାହ୍ନରେ ବଜ୍ରପାତ ଘଟି ବିହାରରେ ୧୨ ଜଣ ମୃତ୍ୟୁବରଣ କରିଛନ୍ତି । ରାଜ୍ୟସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି । ସରନ ଜିଲାରେ ଗୋଟିଏ ସ୍ଥାନରେ ବଜ୍ରପାତ ହେବା ଯୋଗୁ ୯ ଜଣ ମୃତ୍ୟୁବରଣ କରିଥିବାବେଳେ ଜାମୁଇଠାରେ ୨ ଜଣ ଓ ଭୋଜପୁରଠାରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଏହି ବଜ୍ରପାତ ଯୋଗୁଁ ସରନଠାରେ ୮ ଜଣ ଗୁରତର ଆହତ ହୋଇଥିବା ପୁଲିସ ଅଧୀକ୍ଷକ ହରିକିଶୋର ରାଏ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଜ୍ରପାତ ଜନିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

Comments are closed.