ବଜ୍ରପାତରେ ଯୁବକ ମୃତ

କେଶଦୁରାପାଳ: ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘସିପୁର ଥାନା ଅନ୍ତର୍ଗତ ଧକୋଠା ଗ୍ରାମର କାଠିଆ ପାତ୍ର (୨୨) ବୁଧବାର ଦିନ ବିଲକୁ କାମ କରିବାକୁ ଯାଇ ଥିବା ବେଳେ ସଂନ୍ଧ୍ୟା ସମୟରେ ଖୁବ୍‌ ଜୋରରେ ବର୍ଷା ହେବା ସହିତ ଘଡ ଘଡି ବିଜୁଳି ମାରିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ଲୋକ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘସିପୁରା ପୁଲିସ ଶବ ଜବତ କରିବା ସହ ରାତି ହୋଇଥିବାରୁ ବ୍ୟବଚ୍ଛେଦ ହୋଇ ପାରି ନ ଥିବା ଜଣାପଡ଼ିଛି।

Comments are closed.