ସୌରାଲୋକରେ ଉଦ୍‌ଭାସିତ ଖଣି ଅଞ୍ଚଳରରେ ଥିବା ଅନ୍ଧାରୀ ଇଲାକାର ଜୀବନ

ସୂର୍ଯ୍ୟ ସକଳ ଶକ୍ତିର ଆଧାର । ତାଙ୍କରି ଠାରୁ ମିଳିଥାଏ ଅକ୍ଷୟ ଶକ୍ତି । ସେହି ଶକ୍ତିର ସଦୁପୋଯୋଗ କରିପାରିଲେ ପରିବେଶ ପ୍ରଦୂଷଣକୁ ହ୍ରାସ କରାଯିବା ସହ ଅନେକ ଅନ୍ଧାରୀ ଇଲାକାରେ ରାତିରେ ଆଲୋକର ବ୍ୟବସ୍ଥା କରାଯାଇ ପାରିବ ।

କେନ୍ଦୁଝର ଜିଲ୍ଲାର କେତକ ଅଞ୍ଚଳରେ ଏବେ ସୂର୍ଯ୍ୟାସ୍ତ ପରେ ଗାଁ ଅନ୍ଧାରରେ ବୁଡିଯାଉଥିଲା । ଗ୍ରାମାମାନଙ୍କରେ ଆଲୋକୀକରଣର ବ୍ୟବସ୍ଥା ନଥିଲା । ହେଲେ ଡିଏମ୍‌ଏଫ୍‌ର ଉଦ୍ୟମରେ ୧୧୦୦୦ ସୌର ଷ୍ଟ୍ରିଟ୍‌ ଲାଇଟ୍‌ର  ବ୍ୟବସ୍ଥା କରାଯାଇଛି ।ଖଣି ଅଞ୍ଚଳରେ ପ୍ରଭାବିତ ହେଉଥିବା ୪୭୩ଟି ଗ୍ରାମରେ ଏବେ ଆଲୋକର ବ୍ୟବସ୍ଥା କରାଯାଇଛି । ରାତି ହେଲେ ଆଉ ଅନ୍ଧାର ନୁହେଁ ଆଲୋକରେ ଉଦ୍‌ଭାସିତ ହେଉଛି ବାଂଶପାଳ, ଚମ୍ପୁଆ, ହରିଚନ୍ଦନରପୁର, ହାଟଡିହି, ଝୁମ୍ପୁରା , ଜୋଡା ଏବଂ ସଦରର ଅନେକ ଅଞ୍ଚଳ । ଏଥିପାଇଁ ୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ରାତିରେ ଏହି ସବୁ ଅଞ୍ଚଳର ବାସିନ୍ଦା ତାଙ୍କ ଦୈନନ୍ଦିନ ଜୀବନଯାତ୍ରା ସୁରୁଖୁରରେ କରିବା ସହ ପିଲାଙ୍କ ପାଠ ପଢା ଆଲୋକୀକରଣ ଯୋଗୁଁ ସମ୍ଭବ ହୋଇପାରିଛି । ସୌରାଲୋକ ଏବେ ଏହି ଅଞ୍ଚଳରେ ରାତିରେ ଜୀବନଯାତ୍ରାକୁ ସ୍ୱଭାବିକ କରିପାରିଛି ।

Comments are closed.