ବଜ୍ରପାତରେ ଗ୍ରାସୀମ କମ୍ପାନୀରେ ଲାଗିଲା ନିଆଁ

ଗଞ୍ଜାମ : ଗଞ୍ଜାମ ନିକଟରେ ଥିବା ଗ୍ରାସୀମ କମ୍ପାନୀରେ ଗୁରବାର ଦିନ  ବଜ୍ରପାତ ଯୋଗୁଁ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ କରିବା ପାଇଁ କର୍ମଚାରୀ ମାନେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ ଥିଲେ। ଫଳରେ ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡିଛି। କେବଳ ହେଚ ସି ଏଲ ୟୁନିଟର ବ୍ଲୋୟର ଦୁଇଟି ଭାଙ୍ଗି ଯାଇଛି। ଏନେଇ କମ୍ପାନୀର୍ ଡିଜିଏମ ରବୀନ୍ଦ୍ର ମହାନ୍ତିକୁ ଯୋଗାଯୋଗ ବେଳେ ସେ କହିଛନ୍ତି ବିଶେଷ କିଛି କ୍ଷତି ହୋଇନି ଏବଂ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲା। ପ୍ରକାଶ ଯୋଗ୍ୟ ଯେ, ହଠାତ ସନ୍ଧ୍ୟାରେ ବଡ଼ ଧରଣ ର ବଜ୍ରପାତ ଯୋଗୁଁ ନିଆଁ ଲାଗିଯାଇଥିଲା। ଫଳରେ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟ ବାତାବରଣ ସୃଷ୍ଟି ହୋଇଥିଲା।

Comments are closed.