ବଜ୍ରପାତରେ ମହିଳା ଗୁରୁତର, ୨ଗାଈ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମରେ ବୁଧବାର ବଜ୍ରପାତରେ ଜଣେ ମହିଳା ଗୁରୁତର ହେବା ସହ ୨ଟି ଗାଈଙ୍କ ମୃତ୍ୟୁ ଘଟିଛି। ଏହାସହ ଗ୍ରାମର ଅନେକଙ୍କ କ୍ଷୟକ୍ଷତି ହୋଇଛି ।

ବଜ୍ରପାତରେ ଡେଙ୍ଗାଗୁଡ଼ା ଗ୍ରାମର ସୁଭାସିନୀ ନାୟକ ନାମକ ଜଣେ ମହିଳା ଗୁରୁତର ହେବା ସହ ସେହି ସାହିରେ ରହୁଥିବା ଅନାସୁ ଯାନୀଙ୍କର ୨ ଟି ଗାଈଙ୍କର ମୃତ୍ୟୁ ହୋଇଛି । ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ୩୦ ମିନିଟ ସମୟରେ ଆରମ୍ଭ ହୋଇଥିଲା କାଳ ବୈଶାଖୀ ର ତାଣ୍ଡବ । ଏହି ସମୟରେ ସୁଭାସିନିଙ୍କ ଉପରେ ବଜ୍ରପାତ ପଡିଥିଲା ଏବଂ ସେହି ସାହିରେ ରହୁଥିବା ଅନାସୁ ଯାନୀଙ୍କ ଗୋଟିଏ ଗୁହାଳ ମଧ୍ୟରେ ଥିବା ୨ ଗାଈ ଉପରେ ବଜ୍ରପାତ ମଧ୍ୟ ପଡିଥିଲା । ସଙ୍ଗେସଙ୍ଗେ ସୁଭାସିନୀଙ୍କୁ ପ୍ରଥମେ ପାପଡାହାଣ୍ଡି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବ୍ୟସ୍ତାରେ ଉନ୍ନତି ନ ଆସିବାରୁ ତୁରନ୍ତ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଅନାସୁ ଯାନୀ ୨ ଗାଈର ମୃତ୍ୟୁ ହେବା ପରେ ସେ ପୁରାପୁରି ଭାଙ୍ଗି ପଡିଛନ୍ତି । କିଛି ଦିନ ତଳେ ସେ ଚାଷ କରିବା ପାଇଁ ଗାଈ ହଳ କୁ ୧୨,୫୦୦ ଟଙ୍କାରେ ହାଟ ରୁ କିଣିଥିଲେ । ଅନାସୁ ଯାନୀ ପ୍ରଶାସନ ନିକଟରେ ଗୁହାରି କରି ଆର୍ଥିକ ସହାୟତା ଦେବା ପାଇଁ ଅନୁରୋଧ କରିଛନ୍ତି । ଏହା ସହ କାଳ ବୈଶାଖୀ ରେ ଗ୍ରାମର ଅନେକଙ୍କ କ୍ଷୟକ୍ଷତି ହୋଇଛି । ଏହାର ସଠିକ ଆକଳନ କରାଯାଇ ସମସ୍ତଙ୍କୁ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ।

Comments are closed.