ବଜ୍ରପାତରେ ଜଣେ ମୃତ

ମୁରିବାହାଲ/କଣ୍ଟାବାଞ୍ଜି – କାଳ ବୈଶାଖି ଯୋଗୁଁ ହୋଇଥିବା ବଜ୍ରପାତରେ ବଲାଙ୍ଗୀର ମୁରିବାହାଲ ବ୍ଲକ ଅନ୍ତର୍ଗତ ଇଚ୍ଛାପଡା ଗ୍ରାମରେ ବଜ୍ରପାତରେ ବବ୍ରୁବାହନ ଝାଙ୍କର (୨୧)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟ ଯୁଗ ଝାଙ୍କର (୫୦) ଓ ଭାଇବୋହୁ ଲକ୍ଷ୍ମୀ ଝାଙ୍କର (୪୦) ଗୁରୁତର ହୋଇଛନ୍ତି । କ୍ଷେତକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ବୁବ୍ରୁବାହାନଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed.