ଆଖି ତଳ କଳାଦାଗ କମ୍ କରିବେ କିପରି ?

ମହିଳା ଓ ପୁରୁଷ ଉଭୟଙ୍କର ଅନେକ ସମୟରେ ଆଖିତଳ କଳାଦାଗ ସମସ୍ୟା ଦେଖାଯାଏ। ଘରୋଇ ଉପାୟରେ ଏଥିରୁ ରକ୍ଷା ପାଇହେବ। କାମର ଚାପ, ମାନସିକ ଅଶାନ୍ତି ବଢ଼ିଲେ ହିଁ ଆଖିତଳ କଳାଦାଗ ପଡ଼େ।

– ଆଳୁ ରସକୁ ବାହାର କରି ଏକ ପାତ୍ରରେ ରଖିବେ। ତୁଳାରେ ସେହି ରସକୁ ନେଇ ଆଖି ଉପରେ ୫ ମିନିଟ୍ ରଖି ବିଶ୍ରାମ ନେବେ। ପ୍ରତିଦିନ ଏଇ ଉପାୟ କଲେ ସମସ୍ୟାର ସମାଧାନ ହୋଇଥାଏ।

– କାକୁଡ଼ିକୁ ଗୋଲ ଆକାରରେ କାଟି ଆଖି ଉପରେ ରଖିଲେ ମଧ୍ୟ କଳା ଦାଗ କମ୍ ହେଉଥିବାର ଦେଖାଯାଇଛି।

– ଦହିରେ ବେସନ ଅଳ୍ପ ମିଶାଇ ଆଖି ଚାରିପାଖରେ ଲଗାଇ ୫ ମିନିଟ୍ ପରେ ଧୋଇନେବେ।

– ବାହାରକୁ ଯିବା ପୂର୍ବରୁ ସନ୍‌ ଗ୍ଲାସ୍ ଲଗାଇବା ଜରୁରୀ। ବାହାରୁ ଆସିବା ପରେ ଥଣ୍ଡା ପାଣିରେ ଛିଟା ମାରନ୍ତୁ।

– ଖରାରୁ ଆସିବା ପରେ ବରଫକୁ ନିୟମିତ ଆଖି ଚାରିପାଖେ ମାଲିସ୍ କଲେ ଲାଭ ମିଳେ।

Comments are closed.