କେଶ ଓ ତ୍ୱଚାକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ନିଜର ତ୍ୱଚା ଓ କେଶକୁ ପ୍ରଦୂଷଣରୁ ସୁରକ୍ଷିତ ରଖିବା ନିତ୍ୟାନ୍ତ ଆବଶ୍ୟକ। ଖରା, ବର୍ଷା, ଶୀତ ଆଦି ସବୁ ସମୟରେ କେଶ ଓ ତ୍ୱଚାର ବିଶେଷ ଭାବେ ଯତ୍ନ ନେବା ଉଚିତ। ଘରେ ରୁହନ୍ତୁ ଅଥବା ବାହାରକୁ ଯାଆନ୍ତୁ , କେଶ ଓ ମୁହଁର କିପରି ଯତ୍ନ ନେବେ ଜାଣନ୍ତୁ….
ଆପଣଙ୍କ ତ୍ୱଚା ଓ କେଶକୁ କ୍ଲିଜିଙ୍ଗ, ଟୋନିଂ ଓ ମଶ୍ଚରାଇଜିଙ୍ଗ କରନ୍ତୁ। କେଶକୁ ମଧ୍ୟ ଉପଯୁକ୍ତ ପୋଷଣ ପ୍ରଦାନ ପାଇଁ ବିଭିନ୍ନ ଭିଟାମିନ ସି ଯୁକ୍ତ ଖାଦ୍ୟ ସହ ଉତ୍ତମ ସାମ୍ପୁର ବ୍ୟବହାର କରନ୍ତୁ।
ଘରୁ ବାହାରକୁ ଯିବା ସମୟରେ କେଶରେ ସ୍ୱତନ୍ତ୍ର ସ୍ପ୍ରେର ବ୍ୟବହାର କରନ୍ତୁ।
ମୁହଁରେ ସନ୍‍ କ୍ରିମ, ଏଲୋବେରା ଜେଲ ଆଦି ଲଗାନ୍ତୁ। ଏପରି କରିବା ଦ୍ୱାରା ୬ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ କେଶ ଓ ମୁହଁର ପ୍ରଦୂଷଣ ଠାରୁ ରକ୍ଷା ପାଇପାରିବ।
ନିୟମିତ ଭାବେ ମୁହଁକୁ ସ୍କ୍ରବ କରନ୍ତୁ। ସପ୍ତାହକୁ ଥରେ କିମ୍ବା ୨ ଥର ଘରୋଇ ଉପାୟରେ ଫେସ ପ୍ୟାକ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।

Comments are closed.