ବିମାନ ଯାତ୍ରା ସମୟରେ ହୁଅନ୍ତୁ ସଚେତନ

0

ଗତ କିଛି ବର୍ଷ ମଧ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିମାନ ଟିକେଟ୍ ଭଡ଼ା ଯଥେଷ୍ଟ ହ୍ରାସ ପାଇବାରୁ ବିଭିନ୍ନ ବର୍ଗର ଲୋକେ ନିଜ ସକ୍ଷମତା ଅନୁସାରେ ଯାତ୍ରା କରିପାରୁଛନ୍ତି। ତେବେ ବିମାନ ଯାତ୍ରା ସମୟରେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସମସ୍ତ ପ୍ରକାର ଖାଦ୍ୟପାନୀୟ ଆକାଶମାର୍ଗରେ ଯାତ୍ରା ସମୟରେ ଖାଇବା ସ୍ବାସ୍ଥ୍ୟ ନିମନ୍ତେ ହିତକର ନୁହେଁ।
– ଛଣାଛଣି ଖାଦ୍ୟ ବିମାନ ଯାତ୍ରା ସମୟରେ କିମ୍ବା ୩୦-୪୦ ମିନିଟ୍ ପୂର୍ବରୁ ସେବନ କରନ୍ତୁ ନାହିଁ। ଏହା କାରଣରୁ ଅମ୍ଳ ରୋଗ ହେବାର ଆଶଙ୍କା ସର୍ବାଧିକ। ବିଶେଷଜ୍ଞଙ୍କ ମତରେ ଛଣାଛଣି ଖାଦ୍ୟରେ ସୋଡିୟମ୍‌ର ପରିମାଣ ଅଧିକ ଥିବାରୁ ତାହା ଶରୀର ପାଇଁ କ୍ଷତିକାରକ।
– ମୃଦୁପାନୀୟ ମଧ୍ୟ ବିମାନ ଯାତ୍ରା ପୂର୍ବରୁ ନ ପିଇବା ଉଚିତ। ଏହି କାରଣରୁ ବଦ୍‌ହଜମ ହୋଇପାରେ।
– ବ୍ରୋକୋଲି, ଫୁଲକୋବି, ବନ୍ଧାକୋବି ଆଦି ପରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ, କିନ୍ତୁ ବିମାନ ଯାତ୍ରା ପୂର୍ବରୁ ଏସବୁ ଖାଆନ୍ତୁ ନାହିଁ। କାରଣ ଏହି ପରିବା  ସହଜରେ ହଜମ ହୋଇନଥାଏ।
– ସେଓ ଫଳଟି ମଧ୍ୟ ସ୍ବାସ୍ଥ୍ୟ ପାଇଁ ହିତକାରୀ, କିନ୍ତୁ ସେଥିରେ ମହୁଜୁଦ୍ ଫାଇବର ମଧ୍ୟ ଭଲଭାବେ ହଜମ ହୋଇପାରେ ନାହିଁ ବିମାନ ଯାତ୍ରା ସମୟରେ।
– ବିମାନ ଯାତ୍ରା ପୂର୍ବରୁ ଅଧିକ କଫି ପିଇବା, ମସଲା ଭୋଜନ ମଧ୍ୟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏଣୁ ସଚେତନ ରହିବା ଜରୁରୀ।

Leave A Reply