ଏହି ବାରରେ କରନ୍ତୁ ଏହି ଦେବତାଙ୍କ ପୂଜା ; ଦୂର ହେବ ଦାମ୍ପତ୍ୟ ଜୀବନର ସମସ୍ୟା

ପତି-ପତ୍ନୀ ମଧ୍ୟରେ କେହି ତୃତୀୟ ବ୍ୟକ୍ତି ଆସିଲେ ସେମାନଙ୍କ କାରଣରୁ ସମସ୍ୟା ସୃଷ୍ଟି ହୋଇଥାଏ । ଉଭୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହିବା ସହ ଘରେ ଅଶାନ୍ତି ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କୁ ଭଳି କିଛି ଉପାୟ ବତାଇବୁ ଯାହା ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଯଦି ବିବାହ ବିଚ୍ଛେଦର ସମସ୍ୟା ରହିଥାଏ ତେବେ ସୂର୍ଯ୍ୟ ଦେବତାଙ୍କୁ ହଳଦୀ ମିଶ୍ରିତ ଜଳ ଅର୍ପଣ କରନ୍ତୁ। ଏହା ପରେ ସୂର୍ଯ୍ୟ ନିକଟରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ଯଦି ବୃହସ୍ପତି ଖରାପ ସ୍ଥାନରେ ରହିଥାଆନ୍ତି ତେବେ ପରିବାର ଲୋକଙ୍କ ପାଇଁ ବିବାହ ବନ୍ଧନରେ ସମସ୍ୟା ସୃଷ୍ଟି ହୋଇଥାଏ । ଏପରି ସ୍ଥଳେ ବୃହସ୍ପତି ବାର ଅର୍ଥାତ୍ ଗୁରୁବାର କଦଳୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ ଓ ସେଠାରେ ବସି ବୃହସ୍ପତି ମନ୍ତ୍ର ଜପ କରନ୍ତୁ ।

ମଙ୍ଗଳ ଗ୍ରହ ଖରାପ ସ୍ଥାନରେ ରହିଥିବା ଯୋଗୁଁ ସାଙ୍ଗସାଥୀମାନେ ବିବାହ ଭାଙ୍ଗିବାର କାରଣ ବନିଥାନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇଁ ଶନିବାର ହନୁମାନଙ୍କୁ ଦର୍ଶନ କରନ୍ତୁ ଏବଂ ଶନିବାର ଦିନ ଘରେ ସୁନ୍ଦରାକାଣ୍ଡ ପାଠ କରନ୍ତୁ ।

ସନ୍ଦେହ କାରଣୁ ବିବାହ ବନ୍ଧନ ଭାଙ୍ଗୁଥାଏ ତେବେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ନମଃ ଶିବାୟ ଜପ କରନ୍ତୁ ।

Comments are closed.