ମନର ସାଥି ପାଇଁ ହୃଦୟରୁ ଉପହାର

0

ଆଜି ହେଉଛି ଭ୍ୟାଲେନଟାଇନ ଡ଼େ । ପ୍ରେମ ପାଇଁ ଦିନ ଟିଏ । ଭଲ ପାଇବାର ଏହି ଦିନଟିକୁ ଯୁବପିଢୀ ବେଶ ଖୁସି ଓ ଉତ୍ସାହର ସହ ପାଳନ କରିଥାନ୍ତି । ଏହା ସହ ପରସ୍ପରକୁ ଉପହାର ମଧ୍ୟ ଦେଇ ମନରେ ଥିବା ଭଲ ପାଇବାକୁ ପ୍ରକାଶ କରିଥାନ୍ତି । ମାତ୍ର କେବଳ ଦାମୀ ଉପହାର ଦେବା ଭଲ ପାଇବାର ପରିପ୍ରକାଶ ତାହା ନୁହେଁ । ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା, ଗଭୀର ଭଲ ପାଇବା, ପରସ୍ପରର ଯତ୍ନ ନେବା ଉତ୍ତମ ସଂପର୍କ ପରିଚୟ ଅଟେ । ତେବେ ଆସନ୍ତୁ ଏପରି କେତେକ ସ୍ନେହ ବାର୍ତ୍ତା ଜାଣିବା, ଯାହା ଆପଣ ନିଜ ସାଥି ପାଇଁ ଏହି ପ୍ରେମର ଦିନରେ କରିପାରିବେ  
ନିଜ ସାଥି ପାଇଁ ସ୍ୱାଦିଷ୍ଟ ଜଳଖିଆ ପ୍ରସ୍ତୁତ କରନ୍ତୁ ।
ଟଙ୍କାରେ ନିଜ ମନର କଥା ଲେଖି ନିଜ ସାଥି ଅଜାଣତରେ ତାଙ୍କ ପର୍ସରେ ରଖି ଦିଅନ୍ତୁ ।
ଚକୋଲେଟର ବିଭିନ୍ନ ଜରି ବ୍ୟବହାର କରି ଏକ ବୋର୍ଡ଼ରେ ସୁନ୍ଦର ଭାବେ ଅଠା ଦ୍ୱାରା ଲଗାଇ ନିଜ ସାଥିର ନାଁ ସେଥିରେ ଲେଖନ୍ତୁ ।
ଭୋଜନ ପ୍ରସ୍ତୁତ କରି ନିଜ ହାତରେ ନିଜ ସାଥିଙ୍କୁ ଖୁଆଇ ଦିଅନ୍ତୁ ।
ଏକ କାଗଜରେ ନିଜ ସାଥିର ଭଲ ଗୁଣ ଲେଖି ଏହାକୁ କାଚ ବୋତଲରେ ରଖି ସଜାଇ ଦିଅନ୍ତୁ ।
ନିଜ ସାଥିଙ୍କର ପସନ୍ଦ ସିନେମାର କୌଣସି ସଂଳାପ ତାଙ୍କୁ ଶୁଣାନ୍ତୁ ।
ଭ୍ରମଣ ପାଇଁ ଏକ ସୁନ୍ଦର ସ୍ଥାନକୁ ଯାଆନ୍ତୁ ।
ସାଥିଙ୍କୁ ହୃଦୟସ୍ପର୍ଶୀ ମେସେଜ ପଠାନ୍ତୁ ।
ସମଗ୍ର ବିଶ୍ୱରେ ଆପଣ ହେଉଛନ୍ତି ତାଙ୍କର ପ୍ରିୟ ଓ ଅତି ନିକଟତର । ସାରା ଜୀବନ ଆପଣ ତାଙ୍କ ସହିତ ସୁଖିରେ ଅତିବାହିତ କରିବା ହେଉଛି ସାଥିଙ୍କ ପାଇଁ ସବୁଠାରୁ ଦାମିକା ଉପହାର ।
ତେଣୁ ସର୍ବଦା ପରସ୍ପର ପ୍ରତି ଗଭୀର ଭଲ ପାଇବା ରହିବା ଅତ୍ୟନ୍ତ ଆବଶ୍ୟକ ।

 

Leave A Reply