କେଶ ଜନିତ ସମସ୍ୟା ଦୂର କରେ ‘ଦହି’

0

ପ୍ରତ୍ୟେକ ଝିଅମାନଙ୍କର ଇଚ୍ଛା ଯେ ତାଙ୍କ କେଶ ଲମ୍ବା, ଘନ ଓ ରେଶମୀ ହେଉ। ମାତ୍ର ବର୍ତ୍ତମାନର ଜୀବନଶେଳୀ ଏପରି କେଶ ପାଇବା ଅସମ୍ଭବ ହୋଇପଡ଼ିଛି। ସମୟର ଅଭାବ ଏହାର ଏକ ମୁଖ୍ୟ କାରଣ। ଏହି କାରଣରୁ ଆମେ ଠିକ ଭାବେ କେଶର ଯତ୍ନ ନେଇପାରି ନଥାଉ। କିଛି ସହଜ ଓ ସରଳ ଉପାୟ ଦ୍ୱାରା ଆମେ କମ ସମୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଆମେ ସମସ୍ତେ ଜାଣୁ ଯେ, ଦହି କେଶ ପାଇଁ ଖୁବ ଉପକାରୀ ଅଟେ। ଏଥିରେ ଆଣ୍ଟି ଫଙ୍ଗଲ ଗୁଣ ରହିଛି। ଯାହା ଆମର ରୂପି ସମସ୍ୟାକୁ ଦୂର କରିବା ସହ କେଶର ମୂଳକୁ ମଜଭୂତ କରିଥାଏ। କେଶ ଉପୁଡ଼ିବା ସମସ୍ୟାରୁ ମୁକ୍ତି ଦେଇଥାଏ।
ଜାଣନ୍ତୁ କେଶ ପାଇଁ କିଭଳି ଦହିର ବ୍ୟବହାର କରିବେ….
ଅଲିଭ ଅଏଲ ଓ ଦହି –
ଅଲିଭ ଅଏଲ ଓ ଦହିକୁ ମିଶାଇ ଆପଣ କେଶ ପାଇଁ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ।
ଆବଶ୍ୟକ ସାମଗ୍ରୀ –
୧ ଚାମଚ ଅଲିଭ ଅଏଲ
୧କପ ଦହି
୧ ଚାମଚ ଲେମ୍ବୁ ରସ
୨ କପ ପାଣି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲେମ୍ବୁରସ ମିଶାଇ ରଖନ୍ତୁ। ପରେ ଦହି ଓ ଅଲିଭ ଅଏଲକୁ ମିଶାଇ ଦିଅନ୍ତୁ।ଏହା ପରେ ଏହାକୁ କେଶରେ ଲଗାଇ ୪୦ ରୁ ୫୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ।

Leave A Reply