ଦୁଷ୍କର୍ମକାରୀ ବାପାକୁ ଆଜୀବନ

କଟକ: ୨୦୧୮ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମଙ୍ଗଳବାର ଦୁଷ୍କର୍ମକାରୀ ବାପାକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ। ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ଦୁଷ୍କର୍ମକାରୀ ବାପା। ଏହାସହିତ ୨୦ ହଜାର ଟଙ୍କାର ଜୋରିମାନା କରିଛନ୍ତି କୋର୍ଟ।

ସୂଚନାଯୋଗ୍ୟ, ୨୦୧୮ ମସିହା ଡିସେମ୍ବର ୨୫ ତାରିଖରେ କଟକରେ ଘଟିଥିଲା ଦୁଷ୍କର୍ମ। ନିଜ ନାବାଳିକା ଝିଅ ସହ ବାପା ଦୁଷ୍କର୍ମ କରିଥିଲା। ଆଜି ଏହି ମାମଲାର ଶୁଣାଣୀ କରି ଦୁଷ୍କର୍ମକାରୀ ବାପାକୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କାର ଜରିମାନା କରାଯାଇଛି।

 

Comments are closed.