ଦକ୍ଷିଣ ଦିଗରେ ଭୁଲରେ ରଖନ୍ତୁ ନାହିଁ ଏହି ଦ୍ରବ୍ୟ

ଘର ତିଆରି କରିବା ବେଳେ ବାସ୍ତୁଶାସ୍ତ୍ରର ସାହାଯ୍ୟ ନିଆଯାଇଥାଏ। ଘରେ ଯେକୌଣସି ବସ୍ତୁ ରଖିବା ବେଳେ ବାସ୍ତୁଶାସ୍ତ୍ରର ସାହାଯ୍ୟ ନେବା ନିହାତି ଜରୁରୀ ଅଟେ। ଏହାର ପ୍ରଭାବ ଜୀବନରେ ପଡିଥାଏ। ବାସ୍ତୁଶାସ୍ତ୍ରରେ ଦକ୍ଷିଣ ଦିଗକୁ ଅଶୁଭ କୁହାଯାଇଛି। ଦକ୍ଷିଣ ଦିଗରେ କିଛି ଦ୍ରବ୍ୟ ଅଛି ଯାହାକୁ ରଖିବା ଦ୍ୱାରା ଘରର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଆସନ୍ତୁ ଜାଣିବା ଦକ୍ଷିଣ ଦିଗରେ କେଉଁ ଜିନିଷ ରଖିବା ଉଚିତ୍ ନୁହେଁ।

Pic courtesy : Pottery Barn

ଦକ୍ଷିଣ ଦିଗରେ ଏହି ଜିନିଷ ରଖନ୍ତୁ ନାହିଁ:
ଘରର ଦକ୍ଷିଣ ଦିଗରେ କଦାପି ଘଣ୍ଟା ରଖନ୍ତୁ ନାହିଁ। କାରଣ ଏହା କରିବା ଦ୍ୱାରା ବାରମ୍ବାର ଘରର ମୁଖ୍ୟଙ୍କ ଦେହ ଖରାପ ହୋଇଥାଏ। ଆୟୁ ମଧ୍ୟ କମ୍ ହୋଇଥାଏ।
ଘରର ଦକ୍ଷିଣ ଦିଗରେ ଫ୍ରିଜ ରଖନ୍ତୁ ନାହିଁ। କାରଣ ଦକ୍ଷିଣ ଦିଗରେ ଅଗ୍ନିର ପ୍ରକୋପ ରହିଥାଏ। ତେଣୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଫ୍ରିଜ ରଖନ୍ତୁ।

Pic courtesy : comeintothewater.com

ଘର ଦକ୍ଷିଣ ଦିଗରେ ଟଙ୍କା,ସୁନା ଗହଣା ରଖୁଥିବା ବାକ୍ସ ରଖନ୍ତୁ ନାହିଁ। ଦକ୍ଷିଣ ଦିଗରେ ଆଲମାରୀ ମଧ୍ୟ ରଖନ୍ତୁ ନାହିଁ। ଏହା କରିବା ଦ୍ୱାରା ଧନ କ୍ଷୟ ହୋଇଥାଏ।
ଘରର ଦକ୍ଷିଣ ଦିଗରେ କେବଳ ମାଛର ଆକ୍ୱାରିୟମ୍ ରଖନ୍ତୁ। ଏହା କରିବା ଦ୍ୱାରା ଘରେ ଧନର ବୃଦ୍ଧି ହୋଇଥାଏ। ପିଲାଙ୍କ ପାଠ ପଢାରେ ଉନ୍ନତି ହୋଇଥାଏ।

Comments are closed.