କେନାଲରେ ଭାସିଯାଇ ଚାଲିଗଲା ନିରୀହ ବୃଦ୍ଧଙ୍କ ଜୀବନ

ମୁଖୀଗୁଡା: ଆଜି ସକାଳେ ଜୟପାଟଣା ବ୍ଲକ ଅନ୍ତର୍ଗତ ପାବଳୀ ଗାଁ ନିକଟ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରୁ ସିଲେଇଜୋର ଗ୍ରାମର ଅଦବାରୁ ଯାନୀ(୫୫) ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଦବାରୁ ଗତକାଲି ନିଜ ଗାଁରୁ ପାବଳୀ ଗାଁକୁ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେଇ ସନ୍ଧ୍ୟାରେରେ ଘରକୁ ଫେରୁଥିବା ବେଳେ କେନାଲକୁ ଶୌଚ ପାଇଁ ଯାଇ ଭାସି ଯାଇଥିଲେ। ଆଜି ସକାଳେ ତାଙ୍କ ମୃତ ଦେହ ଜୟପାଟଣା ପୁଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରାଇଛି। ଆସନ୍ତା କାଲି ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି।

ଉଠା ଜଳସେଚନ କେନାଲରେ କୌଣସି ସୂଚନା ନ ଦିଆଯାଇ ପାଣି ଛଡା ଯାଇଥିବା ବେଳେ ବୃଦ୍ଧ ଜଣକ ଶୌଚ ହେବା ପାଇଁ ଯାଇ ପାଣି ସୁଅରେ ଭାସି ଯାଇଥିବା ଜଣାପଡ଼ିଛି। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବାକୁ ଥିବା ବେଳେ କେନାଲ ଜଣକର ଜୀବନ ନେଲାଣି ବୋଲି ଆଲୋଚନା ହୋଉଛି।

Comments are closed.