ଜୁନ ୨୫ ଯାଏଁ ବଢ଼ିଲା ପ୍ରତିରକ୍ଷା ପେନସନଭୋଗୀଙ୍କ ଜୀବନ ପ୍ରମାଣପତ୍ର ଅବଧି

ଡେସ୍କ: ପ୍ରତିରକ୍ଷା ପେନସନ ଭୋଗୀମାନଙ୍କ ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେସନ ପ୍ରକ୍ରିୟାର ଅବଧିକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଢ଼ାଇ ଦିଆଯାଇଛି। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିନାହାନ୍ତି, ସେମାନେ ଜୁନ ୨୫, ୨୦୨୨ ତାରିଖ ସୁଦ୍ଧା ଏହାକୁ ସଂପୂର୍ଣ୍ଣ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ୨୦୨୨ ମେ ୨୫ ତାରିଖ ସୁଦ୍ଧା ଯାଞ୍ଚ କରାଯାଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି ଯେ, ୩୪ ହଜାର ୬୩୬ ଜଣ ପେନସନଭୋଗୀ ‘ସ୍ପର୍ଶ’ ବ୍ୟବସ୍ଥାକୁ ସ୍ଥାନାନ୍ତରିତ ହୋଇଛନ୍ତି। ତେବେ ଏମାନେ ବର୍ତ୍ତମାନ ସୁଦ୍ଧା ନିଜର ବାର୍ଷିକ ଚିହ୍ନଟକରଣ କାର୍ଯ୍ୟ – ଅନଲାଇନରେ ହେଉ ଅଥବା ସେମାନଙ୍କର ନିଜର ବ୍ୟାଙ୍କ ଜରିଆରେ ହେଉ- ନଭେମ୍ବର ୨୦୨୧ ସୁଦ୍ଧା ସଂପାଦନ କରିନାହାନ୍ତି । ୨୦୨୨ ମସିହା ଏପ୍ରିଲ ମାସର ମାସିକ ପେନସନ୍ ୫୮,୨୭୫ ଜଣ ପେନସନଭୋଗୀଙ୍କ ଜମାଖାତାକୁ ସ୍ୱତନ୍ତ୍ର ୱାନ୍ –ଟାଇମ୍ ୱେଭର ବା ଏକକାଳୀନ ଛାଡ଼ ଭାବେ ଜମା ଯାଇଥିଲା । କାରଣ ବ୍ୟାଙ୍କମାନଙ୍କ ପକ୍ଷରୁ ମାସିକ କ୍ଲୋଜିଂ ତନଖି ସମୟରେ ପେନସନଭୋଗୀ ମାନେ ଏହି ବାର୍ଷିକ ଚିହ୍ନଟ ବିବରଣୀ ପ୍ରଦାନ କର ନଥିବା ଜଣାପଡ଼ିଛି।

ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେଟ ପ୍ରକ୍ରିୟା ଏକ ବାଧ୍ୟତାମୂଳକ ଆବଶ୍ୟକତା, ଯାହାକି ପେନସନ ପ୍ରଦାନ ପ୍ରକ୍ରିୟାକୁ ଜାରି ରଖିଥାଏ ଏବଂ ପେନସନଭୋଗୀଙ୍କ ଜମାଖାତାକୁ ମାସିକ ପେନସନ୍ ହସ୍ତାନ୍ତର ସମୟାନୁସାରେ ହୋଇ ପାରିଥାଏ। ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେଟ ନ ମିଳିବା ଯୋଗୁ ପ୍ରଥମେ ଏଭଳି ରିହାତିକୁ ମେ ୨୦୨୨ ପର୍ଯ୍ୟନ୍ତ ଛାଡ଼ କରାଯାଇଥିଲା। ଏହାକୁ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜୁନ୍ ୨୫, ୨୦୨୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

Comments are closed.