ଏଲଆଇସିର ୮୫୮୧ ଏଡିଓ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି; ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଏହାର ବିଭିନ୍ନ ଜୋନାଲ ଅପିସ ପାଇଁ ୮୫୮୧ ଆପ୍ରେଣ୍ଟିସ୍‌ ଡେଭଲପମେଣ୍ଟ ଅଫିସର(ଏଡିଓ) ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ମେ ୨୦ ତାରିଖରୁ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଜୁନ ୯ ରହିଛି।

ଖାଲି ରହିଥିବା ପଦବୀ ମଧ୍ୟରେ କେନ୍ଦ୍ରୀୟ ଜୋନାଲ ଅଫିସ(ଭୋପାଳ) ପାଇଁ ୫୨୫ ପଦବୀ ରହିଛି। ସେହିପରି ପୂର୍ବାଞ୍ଚଳ ଅଫିସ(କୋଲକାତା) ଲାଗି ୯୨୨, ପୂର୍ବ-କେନ୍ଦ୍ରୀୟ ଜୋନାଲ ଅଫିସ(ପାଟନା)ର ୭୦୧, ଉତ୍ତରାଞ୍ଚଳ ଅଫିସ(ନୂଆଦିଲ୍ଲୀ) ପାଇଁ ୧୧୩୦, ଉତ୍ତର-କେନ୍ଦ୍ରୀୟ ଜୋନାଲ ଅଫିସ(କାନପୁର)ର ୧୦୪୨, ଦକ୍ଷିଣାଞ୍ଚଳ ଜୋନାଲ ଅଫିସ(ଚେନ୍ନାଇ)ର ୧୨୫୭, ଦକ୍ଷିଣ-କେନ୍ଦ୍ରୀୟ ଜୋନାଲ ଅଫିସ(ହାଇଦ୍ରାବାଦ)ର ୧୨୫୧, ପଶ୍ଚିମାଞ୍ଚଳ ଜୋନାଲ ଅଫିସ(ମୁମ୍ବଇ)ର ୧୭୫୩ ପଦବୀ ରହିଛି।

ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିଥିବାବେଳେ ସର୍ବାଧିକ ବୟସ ୩୦ ବର୍ଷ ରହିଛି। ସାଧାରଣ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି’ ୬୦୦ ଟଙ୍କା ରଖାଯାଇଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୫୦ ଟଙ୍କା ଫି ଧାର୍ଯ୍ୟ କରାଯାଇଛି।

ଜୁନ୍‌ ୨୯ରୁ ଆବେଦନକାରୀ ପ୍ରାର୍ଥୀମାନେ ଅନଲାଇନ୍‌ରୁ କଲ୍‌ ଲେଟର ଡାଉନଲୋଡ୍‌ କରିପାରିବେ। ଜୁଲାଇ ୬ ଓ ୧୩ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଏବଂ ଅଗଷ୍ଟ ୧୦ରେ ମେନ୍‌ ପରୀକ୍ଷା ଅନୁଷ୍ଠିତ ହେବ।

Comments are closed.