ଲିବିୟା ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ; ୩ ମୃତ

0

ତ୍ରିପୋଲ : ଲିବିୟାର ରାଜଧାନୀ ତ୍ରିପୋଲିସ୍ଥିତ ବୈଦେଶିକ ମନ୍ତ୍ରଣାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ମଙ୍ଗଳବାର ହୋଇଥିବା ଏହି ଆକ୍ରମଣରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ୍) ନିଜକୁ ଦାୟୀ କରିଛି। ଜଣେ ଆତଙ୍କବାଦୀ ମନ୍ତ୍ରଣାଳୟ କାର୍ଯ୍ୟାଳୟର ଦ୍ବିତୀୟ ମହଲାରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା। ଆକ୍ରମଣରେ ଜଡିତ ୩ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି।

Leave A Reply