ଧାରା ୩୭୭ ସୁପ୍ରିମକୋର୍ଟ ରାୟ ଉପରେ କଣ ରହିଛି ବଲିଉଡ କଳାକାରଙ୍କ ମତ

0

ମୁମ୍ବଇ : ସମଲିଙ୍ଗି ସମ୍ପର୍କ ମାମଲାରେ ସୁପ୍‍ରିମକୋର୍ଟଙ୍କ ଐତିହାସିକ ରାୟକୁ ନେଇ ବିଭିନ୍ନ ମହଲରେ ଖୁସିର ସୁଅ ଛୁଟୁଛି। ଏହି ଖୁସିର ସମାଗମରେ ବଲିଉଡର ବହୁ ଅଭିନେତା ଅଭିନେତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନେଇ ବିଭିନ୍ନ କଳାକାରଙ୍କ ମତ କଣ ରହିଛି।
ନିର୍ଦେଶକ ହଂସଲ ମେହେଟା କହିଛନ୍ତି, ‘ଏହି ରାୟ ପରେ ବିଭିନ୍ନ ଲୋକମାନଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସଂସଦ ଯାହା କରିପାରିନାହାନ୍ତି ତାହା ଆଜି ସୁପ୍ରିମକୋର୍ଟ କରିଛନ୍ତି’।
ଚଳଚ୍ଚିତ୍ର ନିର୍ମାତା, ନିର୍ଦେଶକ, ଅଭିନେତା କରଣ ଜୋହର କହିଛନ୍ତି, ‘ଏହା ଏକ ଐତିହାସିକ ରାୟ। ମୁଁ ଆଜି ନିଜକୁ ଗୌରବାନ୍ୱିତ ମନେ କରୁଛି। ୩୭୭ ଅପରାଧ ଧାରାକୁ ପରିବର୍ତ୍ତନ କରି ଲୋକମାନଙ୍କ ଅଧିକାରକୁ ସମ୍ମାନ ଦିଆଯାଇଛି। ଦେଶକୁ ଆଜି ଅମ୍ଳଜାନ ମିଳିଛି’।
ଅଭିନେତା ଅର୍ଜ୍ଜୁନ କାପୁର ମଧ୍ୟ ଏହି ରାୟରେ ନିଜର ଖୁସି ଜାହିର କରିଛନ୍ତି। ‘ପୁଣିଥରେ ମଣିଷ ବିବେକର ବିଜୟ ହୋଇଛି ବୋଲି ସେ କହିଛନ୍ତି’।
ଅଭିନେତ୍ରୀ ସୋନମ କାପୁର କହିଛନ୍ତି, ‘ଏଲଜିବିଟି ସମ୍ପ୍ରଦାୟର ଲୋକମାନଙ୍କର ଖୁସିର ଲୁହ ଆଜି ବାହାରିଛି। ଦିନ ଆସିବ ସମସ୍ତେ ଆମେ ଏକ ଆଦର୍ଶ ସମାଜରେ ବାସ କରିବା’।
ଲେଖକ ଅପୂର୍ବ ଅନସାରୀ କହିଛନ୍ତି, ‘ଏହି ସମ୍ପ୍ରଦାୟର ଲୋକମାନଙ୍କୁ ସ୍ୱାଧୀନତା ପାଇବା ପାଇଁ ୭୧ ବର୍ଷ ଲାଗିଯାଇଛି ଏବଂ ସତ୍ୟକୁ କେବେ ବି ଦବାଇ ଦିଆଯାଇ ନ ପାରେ’।
ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ମତରେ ‘ଲୋକପ୍ରିୟ ନୈତିକତା ସାମ୍ବିଧାନିକ ଅଧିକାରକୁ କେବେ ବି ପରିବର୍ତ୍ତନ କରାଯାଇ ନ ପାରେ। ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେବା ସହ ମୁଁ ଭାବୁଛି ଆଜି ସମସ୍ତେ ଖୁସିଥିବେ। ସମସ୍ତ ବର୍ଗର ଲୋକମାନଙ୍କ ସହ ମିଶି ଆମକୁ ଆଗକୁ ଯିବାକୁ ପଡିବ’।
ଅଭିନେତ୍ରୀ ନିମରତ କୌର କହିଛନ୍ତି, ‘ଧାରା ୩୭୭ର ସମାପ୍ତ। ସମାନ ପ୍ରେମ, ସମାନ ଜୀବନ, ଆଜି ମୁଁ ଏକ ଭାରତୀୟ ହିସାବରେ ଗୌରାବାନ୍ୱିତ ମନେକରୁଛି’।

Leave A Reply