ଚାରୋଟି କ୍ୟାମେରା ସହ ଏଲଜି କ୍ୟୁ-୬୧ ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ କମ୍ପାନୀ ଏଲଜି(LG) ଦକ୍ଷିଣ କୋରିଆରେ ତାର ନୂଆ ସିରିଜ୍ ଏଲଜି କ୍ୟୁ-୬୧ (LG Q61) ଲଞ୍ଚ କରିଛି। ଏହି ସ୍ମାର୍ଟଫୋନରେ ଏଚଡ଼ି ଡିସପ୍ଲେ, ଶକ୍ତିଶାଳୀ ବ୍ୟାଟେରୀ ଏବଂ ଶକ୍ତିଶାଳୀ ପ୍ରୋସେସର ରହିଛି। ତେବେ କମ୍ପାନୀ ଭାରତ ସମେତ ଅନ୍ୟ ଦେଶରେ ଏଲଜି କ୍ୟୁ-୬୧ର ଶୁଭାରମ୍ଭ ସମ୍ପର୍କରେ ସରକାରୀ ସୂଚନା ସେୟାର କରି ନାହିଁ।
ତେବେ ଆସନ୍ତୁ ଜାଣିବା ଏଲଜି କ୍ୟୁ-୬୧ (LG Q61)ର ମୂଲ୍ୟ ଏବଂ ବିଶେଷତ୍ଵ…..
ଏଲଜି କ୍ୟୁ-୬୧ (LG Q61) ମୂଲ୍ୟ
ଏଲଜି ସ୍ମାର୍ଟଫୋନର ୪ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜର ମୂଲ୍ୟ ପ୍ରାୟ ୨୨,୭୦୦ ଟଙ୍କା। ଏହି ସ୍ମାର୍ଟଫୋନର ବିକ୍ରି ମେ ୨୯ରୁ ଆରମ୍ଭ ହେବ। ଏହି ସ୍ମାର୍ଟଫୋନରେ ୬.୫-ଇଞ୍ଚ ଫୁଲ୍ ଏଚଡ଼ି ପ୍ଲସ୍ ଡିସପ୍ଲେ ରହିଛି। ଏଥିରେ ୪୮ ମେଗାପିକ୍ସେଲ ପ୍ରାଥମିକ ସେନସର, ୮ ମେଗାପିକ୍ସେଲ ଅଲଟ୍ରା ୱାଇଡ୍ ଆଙ୍ଗଲ୍, ୫ ମେଗାପିକ୍ସେଲର ଗଭୀରତା ସେନ୍ସର ଏବଂ ୨ ମେଗାପିକ୍ସେଲ ମାକ୍ରୋ ସୁଟର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସେଲଫି ପାଇଁ ୧୬ ମେଗାପିକ୍ସେଲ କ୍ୟାମେରା ରହିଛି।
ଏହି ସ୍ମାର୍ଟଫୋନରେ ସଂଯୋଗ ପାଇଁ କମ୍ପାନୀ ୱାଇ-ଫାଇ, ଜିପିଏସ୍, ବ୍ଲୁଟୁଥ୍ ଭର୍ସନ୍ ୫.୦ ଏବଂ ୟୁଏସବି ପୋର୍ଟ ଭଳି ଫିର୍ଚର ପ୍ରଦାନ କରିଛି। ଏହା ସହିତ, ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ୪ହଜାର ଏମ୍ଏଚ୍ ବ୍ୟାଟେରୀ ପାଇପାରିବେ।

Comments are closed.