ଟ୍ରିପଲ ରିଅର କ୍ୟାମେରା ସହ ଏଲଜି କ୍ୟୁ-୬୦ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଇଲେକଟ୍ରୋନିକ୍ କମ୍ପାନୀ ଏଲଜି ଟ୍ରିପଲ ରିଅର କ୍ୟାମେରା ସହ ତାର ନୂଆ ସ୍ମାର୍ଟଫୋନ ଏଲଜି କ୍ୟୁ-୬୦ର ବଜାର ପ୍ରବେଶ କରିଛି। ଏହି ଫୋନରେ ୬.୨୬ଇଞ୍ଚର ୱାଟର ଡ୍ରପ ନଞ୍ଚ ଥିବା ଏଚଡି ପ୍ଲସ ଫୁଲ ଭିଜନ୍ ଡିସପ୍ଲେ ମିଳିବ। ଏଥିରେ ୨.୦ଜିଏଚଜେଡର ପ୍ରୋସେସର ରହିଛି। ଏହି ଫୋନରେ ୩ଜିବି ରାମ ସହିତ ୬୪ଜିବିର ଷ୍ଟୋରେଜ ପାଇପାରିବେ ଯାହାକୁ ମେମୋରୀ କାର୍ଡ ସାହାର୍ୟ୍ୟରେ ୨ଟିବି ପର୍ୟ୍ୟନ୍ତ ବଢାଇପାରିବେ।

pic courtesy-zonamobilidada.es

ଫୋନରେ ଟ୍ରିପଲ ରିଅର କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୬ମେଗାପିକ୍ସେଲ, ଦ୍ବିତୀୟଟି ୨ମେଗାପିକ୍ସେଲ ଡେପ୍ଥ ଏବଂ ତୃତୀୟଟି ୫ମେଗାପିକ୍ସେଲର ୱାଇଣ୍ଡ ଆଙ୍ଗଲ ରହିଛି। ଏହାର ଆଗପଟ କ୍ୟାମେରା ୧୩ମେଗାପିକ୍ସେଲ। ଏହି ଫୋନରେ ୩ହଜାର ୫୦୦ଏମଏଚର ବ୍ୟାଟେରୀ ଦିଆଯାଇଛି। ଏହାର ଓଜନ ୧୭୨ଗ୍ରାମ। ଫୋନରେ ସଂଯୋଗ ପାଇଁ ବ୍ଲୁଟୁଥ, ୱାଇ-ଫାଇ, ଏଲଟିଇ ଏବଂ ୩.୫ଏମଏମ ହେଡଫୋନ ଜ୍ୟାକ୍ ରହିଛି।
ଏହି ଫୋନକୁ ୧୩ହଜାର ୪୯୦ଟଙ୍କା ମୂଲ୍ୟରେ ଅକ୍ଟୋବର ମାସରୁ ଅନଲାଇନ୍ ଏବଂ ଅଫଲାଇନ ଷ୍ଟୋରରୁ କିଣି ପାରିବେ।

Comments are closed.