ଅକ୍ଟୋବର ୧୦ ପର୍ଯ୍ୟନ୍ତ ୟୁଜି ଓ ପିଜି ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ

ୟୁଜି ଓ ପିଜି ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ୟୁଜିସି ପୂର୍ବରୁ ବିଭିନ୍ନ ରାଜ୍ୟକୁ ଚିଠି ଲେଖିଛି । ସୁପ୍ରିମକୋର୍ଟରେ ପରୀକ୍ଷାକୁ ନେଇ ରହିଥିବା ବିବାଦ ପରିସମାପ୍ତି ପରେ ଧାର୍ଯ୍ୟ ସମୟ ମଧ୍ୟରେ ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ ହୋଇପାରି ନାହିଁ । ତେଣୁ ଆଉ ୧୦ ଦିନ ମହଲତ ଦେବାରୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ସେପ୍ଟେମ୍ବର ୩୦ ତାରିଖ ପରିବର୍ତ୍ତେ ଅକ୍ଟୋବର ୧୦ ପର୍ଯ୍ୟନ୍ତ ପରୀକ୍ଷା ଅବଧି ବଢ଼ାଇବାକୁ ଏଥିରେ ଅନୁରୋଧ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ୟୁଜିସି

letter to centre for UG-PG exam

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି କରୋନା ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇବା ଯୋଗୁଁ ପାଠପଢ଼ାରେ ବ୍ୟାଘାତ ହୋଇଛି । ଏହା ବ୍ୟତୀତ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ପରୀକ୍ଷା ଅବଧି ବୃଦ୍ଧି କରାଯିବାର ଆବଶ୍ୟକତା ଉପରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଯୁକ୍ତି ଦର୍ଶାଇଛି । ଏହାବ୍ୟତୀତ ପରୀକ୍ଷା ସମୟରେ ଗୋଟିଏ ଗୋଟିଏ ଦିନ ବ୍ୟବଧାନ ରଖାଗଲେ ପରୀକ୍ଷା କେନ୍ଦ୍ର ବିଶୋଧନ କରାଯିବ ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି ।

Comments are closed.