ଲସ୍କର-ଇ-ତୋଏବାର ସନ୍ଦିଗ୍ଧ ସଦସ୍ୟ ଗିରଫ : ଆତଙ୍କବାଦୀଙ୍କୁ ଯୋଗାଉଥିଲା ସିମ୍‍କାର୍ଡ଼

ଶ୍ରୀନଗର : ଜମ୍ମୁ-କାଶ୍ମୀରର ଗନ୍ଦେରବାଲ୍‍ ଜିଲ୍ଲାରୁ ଲସ୍କର-ଇ-ତୋଏବାର ଜଣେ ସନ୍ଦିଗ୍ଧ ସଦସ୍ୟକୁ ଗିରଫ କରାଯାଇଛି । ଗିରଫ ୨୨ ବର୍ଷୀୟ ରଇସ୍‍ ଅହମ୍ମଦ ଲୋନ୍‍ ଗୁନ୍ଦ୍‍ ଜିଲ୍ଲାର ବାସିନ୍ଦା ବୋଲି ପୁଲିସ୍‍ କହିଛି ।  ଗତ ବିଳମ୍ବିତ ରାତିରେ ତାକୁ ଗିରଫ କରାଯାଇଛି । ସେ ମୋବାଇଲ୍‍ ଫୋନ ସିମ୍‍କାର୍ଡ଼ ବ୍ୟବସାୟ କରିବା ସହ ଜିଲ୍ଲାରେ ଲସ୍କର-ଇ-ତଇବା ଆତଙ୍କବାଦୀଙ୍କୁ ଏକାଧିକ ସିମ୍‍କାର୍ଡ଼ ଯୋଗାଇଥିବା ଅଭିଯୋଗ ହୋଇଛି। ସେ ଲସ୍କର-ଇ-ତୋଏବା ସହ ସମ୍ପୃକ୍ତ ଥିବା ତଦନ୍ତ ସମୟରେ ଜଣାପଡ଼ିଛି ।
ଅଭିଯୁକ୍ତ ଲୋନ୍‍ ଗତ ନଭେମ୍ବର ୧୨ ତାରିଖରେ କୁଲ୍ଲାନ୍‍ ଜିଲ୍ଲାରେ ପୁଲିସ୍‍ ଏନ୍‍କାଉଣ୍ଟର୍‍ରେ ନିହତ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ମଧ୍ୟ ସହଯୋଗ କରିଥିବା ଜଣାପଡ଼ିଛି।

Comments are closed.