୧%ରୁ କମ୍ ଲୋକ ସଂକ୍ରମିତ:ଆଇସିଏମ୍‌ଆର୍

ନୂଆଦିଲ୍ଲୀ  : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷାଧିକ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ମାତ୍ର ୧%ରୁ କମ୍ ଲୋକ କୋଭିଡ୍-୧୯ ଆକ୍ରାନ୍ତ ହୋଇଛନ୍ତି। ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଏହି ତଥ୍ୟ ମିଳିଛି। ଆଇସିଏମଆର ପକ୍ଷରୁ ୮୩ଟି ଜିଲାରେ ଆଣ୍ଟିବଡି ପରୀକ୍ଷଣ ପାଇଁ ରକ୍ତ ନମୁନା ପରୀକ୍ଷା (ସେରୋ-ସର୍ଭେ) କରାଯାଇଥିଲା। ଜନସଂଖ୍ୟାର କେବଳ ୦.୭୩ % କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା ଏହି ପରୀକ୍ଷାରୁ ଜଣାପଡିଛି ବୋଲି ଆଇସିଏମଆର୍ ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି। ମେ’ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଏନସିଡିସି ଏବଂ ଭାରତସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମିଳିତ ସହଯୋଗରେ ସେରୋ-ସର୍ଭେ ହୋଇଥିଲା। ୮୩ ଜିଲାର ୨୮,୫୯୫ଟି ପରିବାର ଓ ୨୬,୪୦୦ ବ୍ୟକ୍ତିଙ୍କ ପରୀକ୍ଷା ହୋଇଥିଲା। ପ୍ରଥମେ କରୋନା ଭୂତାଣୁ କେତେ ସଂଖ୍ୟକ ଲୋକଙ୍କୁ ସଂକ୍ରମିତ କରିଛି ତାହା ଆକଳନ କରାଯାଇଥିଲା। ଦ୍ବିତୀୟରେ କଣ୍ଟେନମେଣ୍ଟ ଜୋନ ଓ ହଟସ୍ପଟଗୁଡ଼ିକରେ ସଂକ୍ରମଣ ହାର ଅନୁଧ୍ୟାନ କରାଯାଇଥିଲା। ଏବେ ମଧ୍ୟ ଏହି ସର୍ଭେ ଜାରି ରହିଛି।

Comments are closed.