କୁଷ୍ଠରୋଗୀକୁ ମିଳିଲାନି ଚାରି କାନ୍ଧ: ପୁଣି ସାଇକେଲରେ ବୁହା ହେଲା ମୃତଦେହ

ଧର୍ମଗଡ: ମୃତ୍ୟୁ ପରେ ଜଣେ କୁଷ୍ଠରୋଗୀକୁ ଚାରି କାନ୍ଧ ମିଳିନାହିଁ। ଘୃଣା ହେଉ ଅବା ସଂକ୍ରମଣ ଭୟରେ ସାହିପଡିଶା ଲୋକେ କାନ୍ଧ ଦେଲେନି। ଶେଷରେ ବାଧ୍ୟ ହୋଇ ମୃତକଙ୍କ ଭାଇ ଓ କାକା ମୃତଦେହକୁ ଏକ ସାଇକେଲରେ ବାନ୍ଧି ଶ୍ମଶାନ ଯାଏଁ ଆଣିଲେ। ଏଭଳି ଏକ ଅଭାବନୀୟ ଘଟଣା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଛଞ୍ଚାଣବାହାଲୀ ପଞ୍ଚାୟତ ବେହେରାଗୁଡା ଗାଁରେ ଦେଖିବାକୁ ମିଳିଛି।

ମିଳିଥିବା​‌ ସୂଚନା ଅନୁଯାୟୀ, ସେହି ଗାଁର ସୁବାଷ ଦରଓ୍ଵାନ ନାମକ ଜନୈକ ଯୁବକ କୁଷ୍ଠ ରୋଗର ପୀଡିତ ଥିଲେ। ଦୀର୍ଘ ଦିନ ଧରି କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ଶୁକ୍ରବାର ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା। ଶନିବାର ସକାଳେ ଶବ ସତ୍କାର ପାଇଁ ସାହି ପଡିଶା ଲୋକ କେହି ଆସିଲେ ନାହିଁ। ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ବା ସଂକ୍ରମଣ ଭୟରେ କେହି ପାଖ ମାଡିଲେ ନାହିଁ। ଅନ୍ୟୋପାୟ ନପାଇ ମୃତକଙ୍କ ଭାଇ ଓ କାକା ଏକ ସାଇକେଲରେ କାଠ ଦି ଖଣ୍ଡ ବାନ୍ଧି ମୃତଦେହ ବୋହି ମଶାଣିକୁ ଆଣିଥିଲେ।

Comments are closed.