ନିଆର ମନ୍ଦିର : ଏଠାରେ ଖୁମ୍ବ ପବନରେ ଲଟକିବା ଭଳି ରହିଥାଏ

ଭାରତକୁ ମନ୍ଦିର ମାନଙ୍କର ଦେଶ ବୋଲି କହିବା ଭୁଲ ହେବ ନାହିଁ। କାରଣ ଏଠାରେ ଅସଂଖ୍ୟ ମନ୍ଦିର ରହିଛି। ଦେଶରେ ଏପରି ଅନେକ ମନ୍ଦିର ରହିଛି ଯାହା ନିଜର ବିଶେଷତ୍ୱ ଓ ମାନ୍ୟତା ପାଇଁ ଖୁବ ପ୍ରସିଦ୍ଧ। ଏଭଳି ହିଁ ଏକ ମନ୍ଦିର ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲାରେ ରହିଛି। ଏହି ମନ୍ଦିରର ସବୁଠାରୁ ବଡ ରହସ୍ୟ ହେଉଛି ଏହାର ଖୁମ୍ବ ପବନରେ ଲଟକିବା ଭଳି ରହିଥାଏ। ଯାହାର ରହସ୍ୟ ଆଜି ଯାଏଁ ଜଣାପଡି ନାହିଁ।
ଏହି ମନ୍ଦିରର ନାମ ହେଉଛି ଲେପାକ୍ଷୀ ମନ୍ଦିର। ଯାହାକୁ ହ୍ୟାଙ୍ଗିଗ ପିଲର ଟେମ୍ପଲ ମଧ୍ୟ କୁହାଯାଏ। ଏହି ମନ୍ଦିରରେ ପ୍ରାୟ ୭୦ ଖୁମ୍ବ ରହିଛି। ଯାହା ମଧ୍ୟରୁ ଗୋଟିଏ ଖୁମ୍ବ ମଧ୍ୟ ଭୂମି ସହ ଜଡିତ ହୋଇ ନାହିଁ। ଏହି ଖୁମ୍ବ ଗୁଡିକୁ ଆକାଶ ସ୍ତମ୍ଭ ଭାବେ ମଧ୍ୟ ଜଣା। ଭୂମି ଠାରୁ ପ୍ରାୟ ଅଧ ଇଞ୍ଚ ଉପରକୁ ସମସ୍ତ ଖୁମ୍ବ ରହିଛି। ଉକ୍ତ ଖୁମ୍ବର ଶେଷ ଅଂଶକୁ କିଛି ମିଳିଲେ ଓ ଏହାକୁ ନେଇ ଘରେ ରଖିଲେ ସୁଖସମୃଦ୍ଧି ସର୍ବଦା ରହିଥାଏ। ତେଣୁ ଏଠାକୁ ଆସୁଥିବା ଲୋକେ ଖୁମ୍ବର ଶେଷ ଅଂଶରୁ କିଛି କପଡା ନେଇ ଥାଆନ୍ତି।
କୁହାଯାଏ ମନ୍ଦିରର ଖୁମ୍ବ ପ୍ରଥମେ ଭୂମି ସହ ସ୍ପର୍ଶ କରିଥିଲା। ମାତ୍ର ଏକଦା ଜଣେ ବ୍ରିଟିଶ ଯନ୍ତ୍ରୀ ମନ୍ଦିରର ଖୁମ୍ବ କିଭଳି ଭାବେ ରହିଛି ଜାଣିବା ପାଇଁ ଏହାକୁ ହଲାଇ ଦେବା ପରେ ଏହା ଏପରି ରହିଛି। ମାତ୍ର ଏନେଇ କୌଣସି ପ୍ରମାଣ ନାହିଁ।
ଏହି ମନ୍ଦିରର ଇଷ୍ଟଦେବତା ଭଗବାନ ଶିବଙ୍କ ରୂପ ବୀରଭଦ୍ର । ଏହାସହ ଏଠାରେ ଶିବଶଙ୍କର ଅନ୍ୟାନ୍ୟ ରୂପ ମଧ୍ୟ ରହିଛି। ଏଠାରେ ବିରାଜମାନ ମା’ଙ୍କୁ ଭଦ୍ରକାଳୀ ବୋଲି କୁହାଯାଏ।
କୁର୍ମାସେଲମର ପାହାଡରେ ସ୍ଥିତ ଏହି ମନ୍ଦିର କଇଁଛର ଆକାରରେ ତିଆରି ହୋଇଛି। ମାତ୍ର ଏହି ମନ୍ଦିରଟିକୁ କିଏ ଓ କେବେ ତିଆରି କରାଇଛନ୍ତି ସେନେଇ କୌଣସି ସ୍ପଷ୍ଟତା ନାହିଁ।

Comments are closed.