ପୁଣି ଏକ କଲରାପତରିଆ ବାଘର ମୃତ୍ୟୁ

0

ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ, କଣଲୋଇ ସଂରକ୍ଷିତ ଜଙ୍ଗଲରେ ଶନିବାର ଏକ କଲରାପତରିଆ ବାଘ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଗାଁର କିଛି ଲୋକ ଜଙ୍ଗଲକୁ ଡାଳପତ୍ର ସଂଗ୍ରହ ପାଇଁ ଯାଇଥିବାବେଳେ ବାଘ ମରି ପଡିଥିବା ଦେଖିବାକୁ ପାଇଥିଲେ । ସେମାନେ ଆସି ଗାଁ ଲୋକ ତଥା ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି କଲରାପତରିଆ ବାଘ ମୃତ୍ୟୁର କାରଣ ଜଣା ପଡିନାହିଁ । ମୃତ ବାଘର ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ବନ ବିଭାଗର ଅଧିକାରୀ କହିଛନ୍ତି । କିଛି ଦିନ ପୂର୍ବରୁ ପାଲଲହଡା ଅଞ୍ଚଳରେ ଏକ କଲରାପତରିଆ ବାଘର ମଧ୍ୟ ମୃତ୍ୟୁ ହୋଇଥିଲା ।

Leave A Reply