ଭିଡ଼ିଓ: ପୋଷା କୁକୁରକୁ ଝାମ୍ପି ନେଲା ଚିତାବାଘ

ଉତ୍ତରାଖଣ୍ଡର ନୈନିତାଲ ସହରରେ ଏବେ ଲୋକମାନେ ଘରୁ ବାହାରିବାକୁ ଡ଼ରୁଛନ୍ତି । ଡ଼ରିବା ବି ସ୍ବାଭାବିକ । ସହରରେ ଏକ ଚିତାବାଘ ଘୂରିବୁଲୁଛି ଓ କେତେବେଳେ କାହାକୁ ଆକ୍ରମଣ କରିବ ତାହାର ଇୟତ୍ତା ନାହିଁ । ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କ ଆଖି ଆଗରେ ଚିତାବାଘ ପୋଷା କୁକୁରକୁ ଉଠାଇ ନେଇଛି । ସିସିଟିଭିରେ ଏହି ପୁରା ଘଟଣା ରେକର୍ଡ଼ ହୋଇଛି ।

ସିସିଟିଭିରେ ଦେଖାଯାଉଛି ଯେ ଏକ ଚିତାବାଘ ବୁଲିବୁଲି ଏକ ଘରର ଅଗଣାରେ ପ୍ରବେଶ କରୁଛି ଓ ସେଠାରେ ଥିବା ଏକ ପୋଷା କୁକୁରକୁ କାମୁଡ଼ି ଧରି ପଳାଉଛି । ଘଟଣାଟି ରାତି ପ୍ରାୟ ୧୦ଟା ସମୟର । ଯେତେବେଳେ କୁକୁର ଭୁକିବା ଶବ୍ଦ ଶୁଣି ଘରୁ ଜଣେ ଯୁବତୀ ପଦାକୁ ଆସିଛି, ମାତ୍ର ସେତେବେଳେ ଚିତାବାଘ ତାଙ୍କ ପୋଷା କୁକୁରକୁ ଝାମ୍ପ ମାରି କାମୁଡ଼ି ପଳାଉଛି । ଜଣେ ବ୍ୟକ୍ତି କହିଛନ୍ତି ଯେ ରାତି କ’ଣ ଦିନରେ ବି ଚିତାବାଘ ବୁଲୁଛି ଓ ଘରୁ ବାହାରିବାକୁ ଡ଼ର ଲାଗୁଛି । 

Comments are closed.