ଚିତାବାଘ ଆକ୍ରମଣରେ ଜଣେ ମୃତ

0

ମୁମ୍ବଇ . –  ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲା ଚିମୁର ନିକଟସ୍ଥ  ରାମଦେଗୀ  ନିକଟରେ ଚିତାବାଘ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।

ସୋମବାର ସକାଳେ ୮ ଟା ସମୟରେ ଏହି ଘଟଣା ଘଟିଛି ।  ଜଣେ ଦୋକାନୀ  ଶୌଚ ହେବା ପାଇଁ  ଦୋକାନ ନିକଟସ୍ଥ  ବୁଦାକୁ ଯାଇଥିଲେ । ବହୁ ସମୟ ଧରି  ନଫେରିବାରୁ ଅନ୍ୟମାନେ ତାଙ୍କୁ ଖୋଜିଥିଲେ । ଏତିକି ବେଳେ ଗୋଟିଏ ଚିତାବାଘ ତାଙ୍କୁ ଘୋଷାରୀ ନେଇ ଏକ ଗଛମୂଳେ ରଖି ଖାଉଥିବା ଦେଖିବାକୁ ମିଳିଥିଲା  ବୋଲି ତାଦେବାଡ-ଅନ୍ଧାରୀ ବାଘ୍ର ସଂରକ୍ଷଣର ନିର୍ଦ୍ଦେଶକ ଗଜେନ୍ଦ୍ର ନର୍ଭାନେ ସୂଚନା ଦେଇଛନ୍ତି ।

Leave A Reply