ଧରାପଡିଲା ସଚିବାଳୟରେ ପଶିଥିବା ଚିତାବାଘ

0

ଗାନ୍ଧୀନଗର . –  ଗୁଜୁରାଟ  ସଚିବାଳୟରେ ରବିବାର ବିଳମ୍ବିତ ରାତ୍ରରେ ପ୍ରବେଶ କରିଥିବା ଚିତାବାଘକୁ ସେଠାକାର ବନ ବିଭାଗ କାବୁ କରିବାରେ ସକ୍ଷମ ହୋଇଛି।  ସିସି ଟିଭି କ୍ୟାମେରାରେ ଚିତାବାଘ ପଶିଥିବା ସ୍ପଷ୍ଟ ହୋଇଥିଲା । ସଚିବାଳୟ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀଙ୍କର ବାସ ଭବନ ରହିଛି । ଏହାପରେ ସକାଳେ ସଚିବାଳୟକୁ ଏକ ପ୍ରକାର ବନ୍ଦ କରାଯାଇ ଏହାର କର୍ମଚାରୀ ଓ ସାଧାରଣ ଲୋକଙ୍କର ପ୍ରବେଶ ନିଷେଧ କରାଯାଇଥିଲା । ପରେ ବନ ବିଭାଗ ପକ୍ଷରୁ ଚିତା ବାଘକୁ ଖୋଜିବା କାମ ଆରମ୍ଭ ହୋଇଥିଲା ।

ଅପରାହ୍ନ ସମୟରେ ଏହି ଚିତା ବାଘକୁ ଟ୍ରାଙ୍କୁଲାଇଜ୍‌ କରିବା ସହ , ଧରାଯାଇଥିଲା । ଏକ ଟ୍ରାକ୍ଟର ଟ୍ରଲିରେ ତାକୁ ବନ ବିଭାଗ ସଚିବାଳୟ ଭବନରୁ ବାହାରକୁ ଆଣିଥିଲେ। ଗାନ୍ଧୀ ନଗର ଚାରିପଟେ ୪୦ରୁ ୪୦ କିଲୋମିଟର ବ୍ୟାପି ଜଙ୍ଗଲ ଥିବାରୁ ଏହି ଚିତା ବାଘ ସେଠାରୁ ଚାଲି ଆସିଛି ବୋଲି  ବନ ଅଧିକାରୀମାନେ ସୂଚନା ଦେଇଛନ୍ତି ।

Leave A Reply