ଲେମ୍ବୁ ରସ ଚା’

ଭିଟାମିନ୍ ସି’ ଭରପୂର ଲେମ୍ବୁ ରସ ପ୍ରସ୍ତୁତ ଚା’ ନିୟମିତ ପିଇପାରିବେ। ସନ୍ଧ୍ୟାବେଳେ ଖିର ଚା’ ପରିବର୍ତ୍ତେ ଲେମ୍ବୁ ଚା’ ପିଇଲେ ବେଶ୍ ଆରାମ ଲାଗେ। ସାଇଟ୍ରିକ୍ ଏସିଡ୍ ଥିବା ଲେମ୍ବୁ ଚା’ ପିଇବା ଦ୍ବାରା ଆମ ହଜମ ଭଲଭାବେ ହୁଏ। ଆମିଷ କିମ୍ବା ଅନ୍ୟ କୌଣସି ଗରିଷ୍ଠ ଭୋଜନ କରି ଅସ୍ତବ୍ୟସ୍ତ, ଅରୁଚି ଲାଗୁଥିଲେ, ଲେମ୍ବୁ ଚା’ ପିଇଲେ ଆରାମ ମିଳେ।
– ଫ୍ଲାବୋନଏଡ୍‌ ତତ୍ତ୍ବଯୁକ୍ତ ଲେମ୍ବୁ ରସ ମିଶ୍ରିତ ଏହି ଚା’ ପିଇଲେ ହୃଦ୍‌ଘାତର ଆଶଙ୍କା ଯଥେଷ୍ଟ କମ୍। ସପ୍ତାହରେ ୨-୩ଥର ଏଇ ଚା’ ପିଇବା ଭଲ।
– ଶରୀରର ରୋଗପ୍ରତିରୋଧ ଶକ୍ତି ବଢ଼ାଉଥିବା ଲେମ୍ବୁ ଚା’ରେ କର୍କଟପ୍ରତିରୋଧୀ ଶକ୍ତି ମଧ୍ୟ ରହିଛି। ଓଜନ କମ୍ କରିବାରେ ମଧ୍ୟ ଲେମ୍ବୁ ଚା’ର ଭୂମିକା ମୁଖ୍ୟ। ଏଣୁ ସକାଳେ ଓ ସନ୍ଧ୍ୟାରେ ନିୟମିତ ଏଇ ଚା’ ପିଇଲେ ଓଜନ ଶୀଘ୍ର କମ୍ ହୁଏ।
– ତ୍ବଚା ଓ କେଶ ସମ୍ବନ୍ଧୀୟ ସମସ୍ୟା ଲେମ୍ବୁ ଚା’ ପ୍ରତିଦିନ ପିଇବା ଦ୍ବାରା ଦୂର ହେଉଥିବାର ବିଶେଷଜ୍ଞଙ୍କ ମତ।
ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦ୍ବାରା ଶରୀରରୁ ଦୂଷିତ ପଦାର୍ଥ ବାହାରି ଯାଇଥାଏ। ଯାହାଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ଭାବେ ହୋଇଥାଏ। ଲେମ୍ବୁରେ ମିନେରାଲସ ଓ ଭିଟାମିନ ରହିଛି। ଏହା ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।
ଲେମ୍ବୁରେ ଭିଟାମିନ ପ୍ରଚୁର ମାତ୍ରାରେ ଥିବାରୁ ତାହା ଥଣ୍ଡାଜ୍ବର ସହ ଲଢିବାରେ ସାହାଯ୍ୟ କରିଥାଏ। ଏଥିରେ ପୋଟାସିୟମ୍ ଥିବାରୁ ମସ୍ତିଷ୍କ ଓ ଶିରା ପ୍ରଶିରାକୁ ସୁସ୍ଥ ରଖିଥାଏ। ଏହାସହ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ।

ଲେମ୍ବୁ ପାଣି ଶରୀରରୁ ଦୂଷିତ ପଦାର୍ଥ ବାହାର କରି ମୁହଁକୁ ସଫା କରିଥାଏ। ଏହାସହ ଲେମ୍ବୁରେ ଥିବା ଭିଟାମିନ-ସି ମୁହଁକୁ କୋମଳ ଓ ସୁସ୍ଥ କରିଥାଏ।

ବିଶେଷଜ୍ଞଙ୍କ ମତରେ, ସକାଳୁ ଲେମ୍ବୁ ପାଣି ପିଇବା ଦ୍ବାରା ଓଜନ କମ୍ ହୋଇଥାଏ।

Comments are closed.