ଗ୍ରୀଷ୍ମରେ ଲେମ୍ବୁରସର ଉପକାରିତା

ଭିଟାମିନ୍ ସି’ରେ ଭରପୂର ଲେମ୍ବୁ ରସ ନିୟମିତ ପିଇବା ସ୍ବାସ୍ଥ୍ୟ ନିମନ୍ତେ ହିତକାରୀ। ପିଲାଠାରୁ ବୟସ୍କ ସମସ୍ତେ ଲେମ୍ବୁ ପାଣି ପିଇବା ଉଚିତ।

-ଅଂଶୁଘାତରୁ ରକ୍ଷା କରୁଥିବା ଏହି ପାନୀୟ ପିଇଲେ ଶରୀରରେ ଜଳାଭାବ ସମସ୍ୟା ହୁଏନାହିଁ।
-ଓଜନକୁ କମ୍ କରିବାକୁ ଚାହଁୁଥିଲେ ଦୈନିକ ସକାଳର ଆରମ୍ଭ ଲେମ୍ବୁ ପାଣି ପିଇ କରିବା ଉଚିତ।
-ଲେମ୍ବୁ ପାଣି ପିଇଲେ ତ୍ବଚା ଓ କେଶର ସମସ୍ତ ସମସ୍ୟା ମଧ୍ୟ ନିୟନ୍ତ୍ରିତ ହେଉଥିବାର ବିଶେଷଜ୍ଞଙ୍କ ମତ।
-ଲେମ୍ବୁ ରସରେ ଥିବା ତତ୍ତ୍ବ କାରଣରୁ ହଜମ ସମସ୍ୟା ଦୂର ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।
-ଅଧିକ ପରିମାଣରେ ଲେମ୍ବୁ ପାଣି ପିଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏଣୁ ଅତିବେଶୀରେ ଦିନକୁ ୨ଥର ଲେମ୍ବୁ ପାଣି ପିଇପାରନ୍ତି।

Comments are closed.