ମନ୍ତ୍ରୀଙ୍କୁ ବାସ୍ନା ତେଲ ଉପହାର, ଲେମନ ଗ୍ରାସ୍ ଚାଷ ଦେଖି ଖୁସି ହେଲେ କୃଷି ମନ୍ତ୍ରୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଯମୁନା ପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମରେ ଜାତୀୟ ଉଦ୍ୟାନ କୃଷି ମିସନ ସହାୟତାରେ ହୋଇଥିବା ଲେମନ ଗ୍ରାସ ଚାଷ ଓ ଗୋଡିପୋଖରୀ ଗ୍ରାମରେ ନିଜ ଖର୍ଚ୍ଚରେ ଚାଷୀମାନେ କରିଥିବା ୨ଶହ ଏକର ଧାଡି ରୁଆ ଧାନ ଚାଷକୁ ଆଜି କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚ ଶିକ୍ଷା ବିଭାଗ ଓ ମତ୍ସ୍ୟ ପ୍ରାଣୀ ସଂପଦ ବିଭାଗ ମନ୍ତ୍ରୀ ଅରୁଣ କୁମାର ସାହୁ ପରିଦର୍ଶନ କରିବା ସହ ଚାଷୀମାନଙ୍କ ଭଲମନ୍ଦ ବୁଝିଥିଲେ। ଏହି କ୍ଷେତ୍ର ପରିଦର୍ଶନ ସମୟରେ ଲେମନ ଗ୍ରାସ୍ ଚାଷୀ ଘନଶ୍ୟାମ ମହାନ୍ତ, ନରେନ କୁମାର ମହାନ୍ତ, ଚନ୍ଦ୍ର ମୋହନ ମହାନ୍ତ, ପ୍ରଭାକର ମହାନ୍ତ, ଫକିର ଚରଣ ମହାନ୍ତ ପ୍ରମୁଖ ଲେମନ ଗ୍ରାସ୍ ଚାଷୀ ଲେମନ ଗ୍ରାସରୁ ଉତ୍ପାଦିତ ହୋଇଥିବା ବାସ୍ନା ତେଲ (ଲେମନ ଅଏଲ୍) ଉପହାର ସୁରୁପ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ପରିଷଦ ଅଧକ୍ଷା କମଳିନୀ ପାତ୍ର, ପାଟଣା ବ୍ଲକ ଅଧକ୍ଷ ବିଶ୍ୱନାଥ ନାୟକ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ରାଜ୍ୟ ବିଜେଡି ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ବିଜେଡି ନେତା କାନନ ବିହାରୀ ପୋହି, ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ଉଦ୍ୟାନ ଉପ ନିର୍ଦ୍ଦେଶକ ଓମ ପ୍ରକାଶ ରଥ, ଜିଲ୍ଲା କୃଷିଅଧିକାରୀ ଶରତ ଚନ୍ଦ୍ର ଦାଶ, ସିଡିଭିଓ ଡକ୍ଟର ନୃସିଂହ ଚରଣ ମିଶ୍ର , ଜଳବିଭାଜିକା ମିଶନ ପ୍ରକଳ୍ପ ନିର୍ଦେଶକ ଅରୁଣ କୁମାର ଦାସଙ୍କ ସହ ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ବାଂଶପାଳ ବ୍ଲକ କୃଷି ଅଧିକାରୀ ସତ୍ୟବାନ ସୁରେନ, ସହକାରୀ ଉଦ୍ୟାନ ଅଧିକାରୀ କୃଷ୍ଣ ଚନ୍ଦ୍ର ହାଂସଦା, ବ୍ଲକ ଅତିରିକ୍ତ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ବର୍ଷା ବୈଶାଳୀ, ଜମୁନାପଶି କୃଷି ଅଧିଦର୍ଶକ ସୁକାନ୍ତ ବିଶ୍ବାଳ, ମୁରୁସୁଆଁ କୃଷି ଅଧିଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ, ଉଦ୍ୟାନ ସଂପ୍ରସାରଣ କର୍ମଚାରୀ ଅବିନାଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ କ୍ଷେତ୍ର ପରିଦର୍ଶନ ସମୟରେ ଅଞ୍ଚଳର ସମବାୟ ବିଭାଗର ଲ୍ୟାମ୍ପସ୍ ମାନଙ୍କରେ ସାର ମିଳୁ ନଥିବା ଓ ବଜାର ରେ ଚଢା ଦରରେ ସାର ବିକ୍ରୀ ହେଉଥିବା ଚାଷୀ ମାନେ ମନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ।

Comments are closed.