ଶରୀର ପାଇଁ ଉପକାରୀ ‘ଲେମନ୍‍ ଟି’

0

ଚାହା ପିଇବା ବହୁ ଲୋକଙ୍କର ଏକ ନିତିଦିନିଆ ଅଭ୍ୟାସ ଅଟେ। ମାତ୍ର ଅନ୍ୟ ଚାହା ତୁଳନାରେ ଲେମନ୍‍ ଟି ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଏଥିରେ ବହୁ ପ୍ରାକୃତିକ ତତ୍ତ୍ୱ ମଧ୍ୟ ରହିଛି। ଏହାକୁ ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଜାଣନ୍ତୁ ଏହାର ଉପକାରିତା ଗୁଣ ବିଷୟରେ….
ଏହାକୁ ନିୟମିତ ସକାଳେ ପିଇବା ଦ୍ୱାରା ପାଚନ କ୍ରିୟା ସୂଚାରୁ ରୂପେ କାର୍ଯ୍ୟ କରିଥାଏ। ଫଳରେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
ଏହାକୁ ପିଇବା ଦ୍ୱାରା ରକ୍ତସଞ୍ଚାଳନ ଭଲ ଭାବେ ହୋଇଥାଏ।
ହୃଦୟ ସୁସ୍ଥ ରହିଥାଏ।
ଲେମନ୍‍ ଟି ଶରୀରର ପ୍ରତିରୋଧକ କ୍ଷମତା ବଢାଇଥାଏ।
ଏହାକୁ ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।
ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଓ ଭିଟାମିନ୍‍ ସି ରହିଛି। ଏଥିରେ ଏପରି ବହୁ ପୋଷକ ତତ୍ତ୍ୱ ରହିଛି, ଯାହାଦ୍ୱାରା  କର୍କଟ ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିଥାଏ।

Leave A Reply