କ୍ରିକେଟ କିମ୍ବଦନ୍ତୀ କପିଲ ଦେବ ହୃଦଘାତରେ ପୀଡିତ; ଡ଼ାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର କପିଲ ଦେବ ହୃଦଘାତରେ ପୀଡିତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, କପିଲ ଦେବଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅଧିକ ସୂଚନା ମିଳିପାରିନାହିଁ।

୨୫ ଜୁନ୍ ୧୯୮୩ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୁଇଥର ଚାମ୍ପିଆନ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ଟିମକୁ ଫାଇନାଲରେ ପରାସ୍ତ କରିଥିଲା। ଇଂଲଣ୍ଡର ଲର୍ଡସରେ ଖେଳାଯାଇଥିବା ଫାଇନାଲରେ ଭାରତ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଦଳକୁ ୪୩ ରନରେ ପରାସ୍ତ କରିଥିଲା।

Comments are closed.