କମଣ୍ଡରେ ଆଇନ ସଚେତନା ଶିବିର

ଝୁମ୍ପୁରା : ଚମ୍ପୁଆ ତାଲୁକ ଆଇନ ସେବା କମିଟି ପକ୍ଷରୁ ବାରିଆ ଥାନା ଅନ୍ତର୍ଗତ କମଣ୍ଡ ଠାରେ ଆଇନ ସଚେତନା ସେବା ଓ ସଶକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରା ଆଇନ ସେଚ୍ଛାସେବୀ ସବିତା ମହାନ୍ତ ଯୋଗଦାନ କରି ଆଇନ ସହାୟତା ପାଇବା ଲାଗି କିଏ ଯୋଗ୍ୟ ବିବେଚିତ ହେବେ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ଆଦିବାସୀ ହରିଜନ, ମହିଳା, ଶିଶୁ, ମାନସିକ ଅଗ୍ରସର କିମ୍ବା ଶାରିରୀକ ଅକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ କିପରି ଆଇନ ରହିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି କେଉଁ ମାନେ ମାଗଣାରେ ଆଇନ ସହାୟତା ପାଇବା ଲାଗି ଯୋଗ୍ୟ ବିଚେଚିତ ସେହି ଲୋକ ମାନେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲା ଆଇନ ସେବା ପ୍ରାଧିକରଣ, ଉପଖଣ୍ଡ ଆଇନ ସେବା ସମିତି ସହିତ କିପରି ସମ୍ପର୍କ ଯୋଡି ଏହାର ସୁଫଳ ପାଇ ପାରିବେ ସେ ସମ୍ପର୍କରେ ଉପସ୍ଥିତ ରହିଥିବା ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ସେହିପରି କେଉଁ କେଉଁ ମାମଲା ଲୋକ ଅଦାଲତରେ ସମାଧାନ ହୋଇ ପାରିବ, ଶିଘ୍ର ନ୍ୟାୟ ପାଇଁ ବ୍ୟକ୍ତି ଆବଶ୍ୟକ ସ୍ଥଳେ ମାଗଣା ଆଇନ ସେବାର ସୁଯୋଗ ନେଇ ପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଇନ ସଚେତନା ଶିବିରରେ ୫୦ରୁ ଅଧିକ ଲୋକ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Comments are closed.