ନକ୍ସଲ ଭୟରେ ଗାଁ ଛାଡିଲେ ଗୋଟିଏ ପରିବାର

ମାଲକାନଗିରି: ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ପଞ୍ଚାୟତ ଡାବୁଗୁଡା ଗ୍ରାମର ଗୋଟିଏ ଆଦିବାସୀ ପରିବାର ନକ୍ସଲ ଭୟରେ ଗାଁ ଛାଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମାଓ ନେତା ରାକେଶ ଗତ ଅଗଷ୍ଟ ୨୮ତାରିଖରେ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା। ସେହି ଏନକାଉଣ୍ଟର ପଛରେ ଏହି ପରିବାରର ହାତ ଥିବା ସନ୍ଦେହ କରି କିଛି ଦିନ ତଳେ ୫୦ରୁ ଉର୍ଦ୍ଧ ମାଓବାଦୀ ଆସି ତାଙ୍କ ଘର ଭଙ୍ଗାରୁଜା କରିବା ସହ ଧମକ ଦେଇଥିଲେ ଏବଂ ଗ୍ରାମରୁ ବାସନ୍ଦ କରିଥିଲେ। ଏଥିରେ ଭୟଭୀତ ଗୋଟିଏ ପରିବାରର ୬ ସଦସ୍ୟ ଆଜି ଗାଁ ଛାଡିଛନ୍ତି। ଏମାନଙ୍କ ମଧ୍ୟରେ କୋମଳମତି ଶିଶୁ ଥିବା ଦେଖିବାକୁ ମିଳିଛି।

Comments
Loading...