ପିପିପି ମୋଡରେ ପରିଚାଳିତ ହେବ ୩ ବିମାନବନ୍ଦର

ନୂଆଦିଲ୍ଲୀ : ସରକାରୀ-ଘରୋଇ ଭାଗିଦାରୀ(ପିପିପି)ମାଧ୍ୟମରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ୩ଟି ବିମାନ ବନ୍ଦର ପରିଚାଳନା ପାଇଁ ଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ପରୋକ୍ଷରେ ଦେଶର ଏହି ୩ଟି ବିମାବନ୍ଦରର ଘରୋଇକରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଜୟପୁର, ଗୁଆହାଟୀ ଏବଂ ଥିରୁଅନନ୍ତପୁରମ୍ ବିମାନବନ୍ଦର ପରିଚାଳନା ପିପିପି ମୋଡରେ କରିବାକୁଥିବା ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

Comments
Loading...