ମୋଦୀଙ୍କ ଶପଥ ଉତ୍ସବରେ ଯୋଗଦେବେ ବିମ୍ସଟେକ ରାଷ୍ଟ୍ରନେତା

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ବେ ଅଫ ବେଙ୍ଗଲ ଇନିସିଏଟିଭ ଫର ମଲଟି ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ (ବିମ୍ସଟେକ) ସଦସ୍ୟ ରାଷ୍ଟ୍ରର ନେତାମାନେ ଯୋଗଦେବେ। ଭାରତ ବ୍ୟତୀତ ବାଂଲାଦେଶ, ଭୁଟାନ, ମ୍ୟାଁମାର, ନେପାଳ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ଭଳି ରାଷ୍ଟ୍ର ବିମ୍ସଟେକର ସଦସ୍ୟ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସାଙ୍ଘାଇ ସମନ୍ବୟ ସମିତିର ସଭାପତି ଥିବା କର୍ଗିଜ ରିପବ୍ଲିକର ରାଷ୍ଟ୍ରପତି ଓ ମରିସସ୍‌ର ପ୍ରଧାନମନ୍ତ୍ରୀଙ୍କୁ ଏହି ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯିବ। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଏହି ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯିବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ତେଣୁ ପାକିସ୍ତାନକୁ ନିମନ୍ତ୍ରଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇ ନାହିଁ। ୨୦୧୪ରେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ପାକିସ୍ତାନ ସମେତ ସମସ୍ତ ସାର୍କ ସଦସ୍ୟ ରାଷ୍ଟ୍ରର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମେ ୩୦ ସନ୍ଧ୍ୟା ୭ଟାରେ ମୋଦୀ ଶପଥ ଗ୍ରହଣ କରିବେ।

Comments are closed.