ଚାରିମାସ ପରେ ଲକ୍ଷ୍ମୀପୁର ବ୍ଲକରେ ଯୋଗଦେଲ ଜଣେ ଯୁବ ବିଡିଓ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରରେ ଗୁରୁବାର ଓଡିଶା ପ୍ରଶାସନିକ ସେବାର ଜଣେ ଯୁବ ଗୋଷ୍ଠୀ ଊନ୍ନୟନ ଅଧିକାରୀ ପ୍ରିତୀରଞ୍ଜନ ରଥଙ୍କୁ ନୂଆ ନିଯୁକ୍ତି କରିଛନ୍ତି।
ଏହା ତାଙ୍କର ପ୍ରଥମ ନିଯୁକ୍ତି। ୪ମାସ ହେଲା ବ୍ଲକରେ ଏହି ପଦବୀଟି ଖାଲି ପଡିଥିଲା। ଏଠାରେ ଥିବା ଦିଲ୍ଲୀପ କୁମାର ପଟ୍ଟନାୟକ କେତେକ ବିବାଦୀୟ ଘଟଣା ସହିତ ପିପିଲିରେ ଏକ ଥିବା ମାମଲାରେ ଜଡିତ ଅଭିଯୋଗରେ ସରକାର ତାଙ୍କୁ ବହିଷ୍କୃତ କରିିିିଥିଲେ। ଫଳରେ କୋରାପୁଟ ବ୍ଲକର ଏବିଡିଓ ସଦାଶିବ ଅଧିକାରୀଙ୍କୁ ଏଠାରେ କାମଚଳା ଭାବେ ଅବସ୍ଥାପିତ କରାଯାଇଥିଲା। ଆଦିବାସୀ ଅଧ୍ୟୁଷିତ ଉକ୍ତବ୍ଲକରେ ମହାମାରୀ ସମୟରେ ଜଣେ ଯୁବ ବିଡିଓ ଙ୍କୁ ଏଠାରେ ଅବସ୍ଥାପିତ କରା ଯାଇଥିବାରୁ ଊନ୍ନୟନ କାର୍ୟ୍ୟ ଅଧିକ ତ୍ବରାନ୍ବିତ ହୋଇ ପାରିବା ସହିତ ଲୋକଙ୍କୁ ଅଧିକ ସମୟ ଦେଇ ପାରିବେ ବୋଲି ଜନସାଧାରଣ ଆଶା ରଖିଛନ୍ତି। ଏହି ଅବସରରେ କର୍ମଚାରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.