ବିଚାର ବିଭାଗ ପକ୍ଷରୁ ମାସ୍କ ବଣ୍ଟନ

ଲକ୍ଷ୍ମୀପୁର : ତାଲୁକ ଆଇନ ପ୍ରାଧିକରଣର ତରଫରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ପଞ୍ଚାୟତର ଦୋଲିଅଆମ୍ବା ଓ ରଞ୍ଜିତଗୁଡା ଗ୍ରାମଠାରେ ଆଜି ପ୍ରାୟ ୨ ଶହ ଗରିବ ଶ୍ରେଣୀର ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। ପ୍ରାଧିକରଣର ଚେୟାରମ୍ୟାନ୍ ତଥା ବିଚାର ବିଭାଗିୟ ମାଜିଷ୍ଟ୍ରେଟ ବିସ୍ଵଜିତ ସାହୁ ଲୋକମାନଙ୍କୁ ଏହା ବଣ୍ଟନ କରିଥିଲେ। ଏଥିରେ ତାଲୁକା ଆଇନ୍ ପ୍ରାଧିକରଣର ସମ୍ପାଦକ ଯୋଗେସ ଚନ୍ଦ୍ର ମହାନ୍ତି, ସ୍ଵେଚ୍ଛାସେବୀ କାର୍ତ୍ତିକ ମହାନନ୍ଦିଆ, ନରେନ୍ଦ୍ର ଗରଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.